ହାଇଦ୍ରାବାଦ : କୋରୋନା ଭୟରେ ଆତ୍ମହତ୍ୟା କଲେ 34 ବର୍ଷୀୟ ଯୁବକ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ହୁସେନସାଗରରେ । ଯୁବକ ଜଣକ ହୁସେନ ସାଗରକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ଉଦ୍ଧାର କରିଛି ।
ସୂଚନା ଅନୁସାରେ, ମୃତକ ଜଣକ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳଛି । ତେବେ ସେ ସପ୍ତାହେ ଧରି କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ହେଲେ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଡାକ୍ତର ତାଙ୍କୁ ଅନ୍ୟ ଏକ ମେଡିକାଲକୁ ସ୍ଥାନାନ୍ତର ପାଇଁ କହିଥିଲେ, ତେଣୁ ସେ ଚିକିତ୍ସା ପାଇଁ ଅନ୍ୟ ମେଡିକାଲକୁ ଯାଇଥିଲେ । କିନ୍ତୁ ସେହି ମେଡିକାଲରେ ତାଙ୍କୁ ବେଡ ମିଳି ନଥିଲା । ଏପରିକି ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା । ରବିବାର ସେ ତାଙ୍କ ବନ୍ଧୁଙ୍କୁ ହୁସେନସାଗରକୁ ଯିବା ପାଇଁ କହିଥିଲେ । ସେଠାରେ ପହଞ୍ଚିବା ପରେ ସେ ହ୍ରଦକୁ ଡେଇଁ ପଡିଥିଲେ ।
ସୌଜନ୍ୟ @ ANI