ETV Bharat / bharat

ଅଦାଲତରେ ତଲାକ, ଚୁଇଙ୍ଗମ ନଖାଇବାରୁ ସ୍ତ୍ରୀକୁ ଛାଡପତ୍ର - chewing gum

ପୁଣି ଫେରିଛି ଟ୍ରିପଲ ତଲାକ। ଆଇନକୁ ଖାତିର ନକରି ଅଦାଲତ ପରିସରରେ ମହିଳାଙ୍କୁ ଟ୍ରିପଲ ତଲାକ ଦିଆଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌରେ। ତେବେ ଚୁଇଙ୍ଗମ ଖାଇବାକୁ ମନାକରିବାରୁ ସ୍ବାମୀ ସ୍ତ୍ରୀକୁ ଦେଇଛି ଟ୍ରିପଲ ତଲାକ।

ପ୍ରତିକାତ୍ମକ ଫଟୋ
author img

By

Published : Aug 21, 2019, 5:25 AM IST

ଲକ୍ଷ୍ନୌ: ସଂସଦରେ ଟ୍ରିପଲ ତଲାକ ବିଲକୁ ମଞ୍ଜୁରୀ ଓ ଆଇନରେ ପରିଣତ ପରେ ବି ପୁଣି ଦେଖିବାକୁ ମିଳିଛି ତଲାକ ଝଡ। ଏଥର ଫୋନରେ କି ଘରର ଚାରି କାନ୍ଥ ଭିତରେ ନୁହେଁ ବରଂ ନ୍ୟାୟ ପ୍ରଦାନ କରୁଥିବା ଅଦାଲତ ପରିସରରେ ମହିଳାଙ୍କୁ ଟ୍ରିପଲ ତଲାକ ଦିଆଯାଇଛି।

ତେବେ ଚୁଇଙ୍ଗମ ଖାଇବାକୁ ମନାକରିବାରୁ ସ୍ବାମୀ ସ୍ତ୍ରୀକୁ ଦେଇଛି ଟ୍ରିପଲ ତଲାକ। ଏଭଳି ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌରେ। ଘଟଣା ପରେ ମୁସଲିମ ମହିଳା ଜଣକ କୋଟୱାଲି ଥାନାରେ ସୋମବାର ଏକ ମାମଲା ଦାୟର କରିଛନ୍ତି।

ଖବର ଅନୁଯାୟୀ, ଲକ୍ଷ୍ନୌ ଇନ୍ଦିରାନଗରର ସିମି । ସେ ରାସିଦଙ୍କୁ 2004 ମସିହାରେ ବିବାହ କରିଥିଲେ। ବିବାହର କିଛିଦିନ ପରେ ସିମିଙ୍କ ଉପରେ ଶାଶୂଘର ଲୋକ ସର୍ବଦା ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏନେଇ ଫେବୃୟାରୀ ମାସରେ ମଧ୍ୟ ସିମି ଏକ ମାମଲା ଥାନାରେ ଦାୟର କରିଥିଲେ।

ହେଲେ ଘଟଣା ଅଦାଲତରେ ବିଚାର ହେବାଦିନ ରାସିଦ ସିମି ପାଖକୁ ଯିବା ସହ ଚୁଇଙ୍ଗନ ଖାଇବାକୁ ଦେଇଥିଲା। ହେଲେ ସିମି ଖାଇବାକୁ ମନାକରିଦେବାରୁ ସ୍ତ୍ରୀର ବ୍ୟବହାରରେ କ୍ଷୁବ୍ଧ ହୋଇ ଅଦାଲତ ପରିସରରେ ରାସିଦ ସିମିକୁ ତଲାକ ଦେଇଥିଲା। ବର୍ତ୍ତମାନ ପରିସ୍ଥିତିରେ ଅଭିଯୁକ୍ତ ରାସିଦ ନାମରେ ବିଭିନ୍ନ ଧାରା ଅନୁସାରେ ମାମଲା ଦାୟର ହେବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି।

Intro:Body:

Y

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.