ETV Bharat / bharat

ଝିଅ ଜନ୍ମ ହେଲା ବୋଲି ସ୍ବାମୀ ଦେଲା ଟ୍ରିପଲ ତଲାକ - ଉତ୍ତରପ୍ରଦେଶ

ଝିଅ ଜନ୍ମକୁ ନେଇ ଅଯୋଧ୍ୟାରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା । ଝିଅ ଜନ୍ମ ନେବାର କିଛି ସମୟ ପରେ ସ୍ତ୍ରୀକୁ ଟ୍ରିପଲ ତଲାକ ଦେଇଛି ସ୍ବାମୀ ଅସ୍ତିଖାର ଅହମ୍ମଦ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 24, 2019, 2:39 PM IST

ଲକ୍ଷ୍ନୌ: ଝିଅ ଜନ୍ମକୁ ନେଇ ଏବେ ବି ସମାଜରେ ସୁଧୁରିନି ମାନସିକତା । ହଜାର ସଚେତନତା ପରେ ବି ଅବହେଳିତ ନାରୀ ସମାଜ । ତେବେ ଝିଅ ଜନ୍ମକୁ ନେଇ ଅଯୋଧ୍ୟାରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା । ଝିଅ ଜନ୍ମ ନେବାର କିଛି ସମୟ ପରେ ସ୍ତ୍ରୀକୁ ଟ୍ରିପଲ ତଲାକ ଦେଇଛି ସ୍ବାମୀ ଅସ୍ତିଖାର ଅହମ୍ମଦ । ସ୍ବାମୀଙ୍କ ଯୌତୁକ ଦାବିକୁ ପୂରଣ କରିନପାରିଥିବାରୁ ଏପରି କରିଥିବା କହିଛନ୍ତି ପୀଡିତା ଜାଫରିନ ଅଞ୍ଜୁମ ।

ତେବେ ତଲାକ ପରେ ଅଞ୍ଜୁମଙ୍କ କହିବା ଅନୁଯାୟୀ, ‘ବିବାହର ପ୍ରଥମ ମାସରୁ ହିଁ ସ୍ବାମୀ ମୋ ପିତାଙ୍କ ଉପରେ ଯୌତୁକ ନେଇ ଚାପ ପକାଇ ଆସୁଥିଲେ । ଏହାପରେ ମୋତେ ମଧ୍ୟ ସେ ଉଭୟ ମାନସିକ ଓ ଶାରିରୀକ ଭାବେ ନିର୍ଯାତନା ଦେଉଥିଲେ । ଆଉ ଏବେ ଝିଅ ଜନ୍ମ ପାଇଁ ତଲାକ ଦେଲେ । ମୋତେ ନ୍ୟାୟ ଦରକାର ।’

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନା ଅନୁଯାୟୀ ହାଇଦର ଗଞ୍ଜ ତହସିଲ ଅନ୍ତର୍ଭୁକ୍ତ ଜାନା ବଜାରରେ ରହୁଥିବା ଅଞ୍ଜୁମଙ୍କର 2018 ମସିହା ନଭେମ୍ବରରେ ମହାରାଜଗଞ୍ଜସ୍ଥିତ ନାକଟୱାରା ଗ୍ରାମରେ ଅହମ୍ମଦଙ୍କ ସହ ବିବାହ ହୋଇଥିଲା । କିନ୍ତୁ ବିବାହ ପରେ ସେ ଅଞ୍ଜୁମଙ୍କ ପିତାଙ୍କୁ ଯୌତୁକ ଦେବା ପାଇଁ ବାଧ୍ୟ କରିଥିଲେ । ତେବେ ଅଞ୍ଜୁମଙ୍କର ଏହା ଦ୍ବିତୀୟ ପ୍ରସବ । କିନ୍ତୁ ଝିଅ ଜନ୍ମ ନେଇଥିବାରୁ ଗତ 18 ତାରିଖରେ ଅହମ୍ମଦ ତାଙ୍କୁ ତୁରନ୍ତ ତଲାକ ଦେଇଥିଲେ ।

ଏନେଇ ଅଞ୍ଜୁମଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି। ତେବେ ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଅଯୋଧ୍ୟା ଏସ୍‌ପି ଶୈଳେନ୍ଦ୍ର କୁମାର ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.