ETV Bharat / bharat

ପୁଅ ପାଇଁ ଟଙ୍କା ମାଗିବାରୁ ମିଳିଲା ତଲାକ, ସ୍ବାମୀ ଗିରଫ - ନୂଆଦିଲ୍ଲୀ

ନୂଆଦିଲ୍ଲୀରେ ସାମାନ୍ୟ ବଚଷାରୁ ମହିଳାଙ୍କୁ ମିଳିଲା ତଲାକ। ଏ ଅଭିଯୋଗରେ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 12, 2019, 12:44 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ କମଳା ମାର୍କେଟ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତଲାକ ଦେଇ ଗିରଫ ହୋଇଛନ୍ତି । ଏହାର ପଛର କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।

ଏଠାକାର ବଜୀରାବାଦରେ ରହୁଥିବା ସଲିମ ନିଜ ପତ୍ନୀଙ୍କ ସହ ରହୁଥିଲେ। ତାଙ୍କ ବାହାଘରକୁ 7 ବର୍ଷ ପୁରି ଥିବା ବେଳେ ତାଙ୍କର ଏକ 6 ବର୍ଷର ପୁଅ ମଧ୍ୟ ରହିଛି। ପୁଅ ପାଇଁ କିଛି ଜିନିଷ କିଣିବାକୁ ସ୍ତ୍ରୀ ସଲିମଙ୍କୁ ଟଙ୍କା ମାଗିଥିଲେ। ସେ ଟଙ୍କା ଦେବା ପାଇଁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା।

ଏହାପରେ ସଲିମ ତାଙ୍କ ସ୍ତ୍ରୀଙ୍କୁ ତଲାକ କହିବା ସହ ଘରୁ ବାହାର କରିଦେଇଥିଲେ । ଆଉ ଯଦି କେବେ ସେ ଘରକୁ ଆସନ୍ତି ତେବେ ସେ ତାଙ୍କୁ ମାଡ ମାରିବା ସହ ମୁହଁରେ ଏସିଡ ଫୋପାଡି ଦେବାକୁ ଧମକ ମଧ୍ୟ ଦେଇଥିଲେ। ଏହା ପରେ ମହିଳା ଜଣଙ୍କ ସମସ୍ତ ଘଟଣା ବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ।

ପରିବାର ଲୋକଙ୍କ ସହାୟତାରେ ତଲାକ ପାଇଥିବା ମହିଳା ଏନେଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଏ ଅଭିଯୋଗରେ ସଲିମଙ୍କୁ ଗିରଫ କରିଛି।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.