ଜୟପୁର: ରାଜସ୍ଥାନ ବିକାନେରରେ ଗୋଟିଏ ଦିନରେ ଦୁଇଟି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଗତ ବୁଧବାର ବିଳମ୍ବିତ ରାତିରେ ବିକାନେରର ସୁରଜଣ୍ଡା ଗ୍ରାମରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସମେତ ଦୁଇ ପିଲାଙ୍କ ତଣ୍ଟି ଚିପି ହତ୍ୟା କରିଛି । ଏହାପରେ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଛି ।
ସୂଚନା ଅନୁଯାୟୀ, ସ୍ତ୍ରୀ ରାତିରେ ଶୋଇଥିବା ବେଳେ ବ୍ୟକ୍ତି ଜଣଙ୍କ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ନିଜ ପୁଅ ଏବଂ ଝିଅଙ୍କ ତଣ୍ଟି ହତ୍ୟା କରିଥିଲେ । ମାତ୍ର ଆଉ ଏକ ଘରେ ଶୋଇଥିବା ଅନ୍ୟ ଏକ ଶିଶୁ ମୃତ୍ୟୁ ମିଖରୁ ବଞ୍ଚିଯାଇଛି । ତେବେ ଏଭଳି ଭୟାନକ ଘଟଣା ଘଟାଇଥିବା ଅଭିଯୁକ୍ତ ବ୍ୟକ୍ତି ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ମୃତଙ୍କ ସମ୍ପର୍କୀୟଙ୍କୁ ଏନେଇ ଖବର ଦେଇଛନ୍ତି । ଏଥିସହ 4 ଜଣ ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲ ପଠାଇଛନ୍ତି । ତେବେ ଏଭଳି ଘଟଣାର କାରଣ ପାରିବାରିକ କଳହ ହୋଇଥାଏ ବୋଲି ପୋଲିସ ସନ୍ଦେହ କରୁଛନ୍ତି ।
ସେହିପରି ବିକାନେରର ଜୟନାରାୟଣ ବ୍ୟାସ କଲୋନୀରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଶୋଇଥିବା ବେଳେ ତାଙ୍କୁ ଜାଳି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ