ରାୟପୁର: କୋରୋନା କାଳରେ ଆସୁଛି ଗୋଟିଏ ପରେ ଗୋଟିଏ ନୃଶଂସ ଘଟଣା । ପ୍ରେମୀ ଯୁଗଳଙ୍କୁ ଜିଅନ୍ତା ଜାଳିଲେ ଭାଇ ଓ ଦାଦା । ଏପରି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଛତିଶଗଡର ଦୁର୍ଗ ଜିଲ୍ଲାରେ । ଦୁଇ ଜଣଙ୍କ ମୃତଦେହ ଦୁର୍ଗ ସିରସା ଥାନା କୃଷ୍ଣନଗର ଅଞ୍ଚଳରୁ ଉଦ୍ଧାର କରାଯାଇଛି । କୁହାଯାଉଛି ଯେ ଦୁଇ ଜଣଙ୍କୁ ଦଣ୍ଡ ସ୍ବରୁପ ଏପରି ଜାଳି ଦିଆଯାଇଛି ।
ସୂଚନାନୁଯାୟୀ, ଉଭୟ ପ୍ରେମୀ ଯୁଗଳ ଭାଇ ଭଉଣୀ ଅଟନ୍ତି । ଯେଉଁମାନେ କିଛି ଦିନ ପୂର୍ବରୁ ଚେନ୍ନାଇ ପଳାଇଥିଲେ । ହେଲେ ଏବେ ନିକଟରେ ଦୁର୍ଗ ଫେରି ଆସିବା ପରେ ଦୁହିଁଙ୍କୁ ଝିଅର ଭାଇ ଓ ଦାଦା ମିଶି ଜାଳି ଦେଇଥିବା କୁହାଯାଉଛି । ତେବେ ପୋଲିସ ଏହି ମାମଲାରେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ