ETV Bharat / bharat

କୃଷକ ଆନ୍ଦୋଳନ: ଆଜି ଉପାସ ରହିବେ ଚାଷୀ

author img

By

Published : Dec 14, 2020, 7:51 AM IST

Updated : Dec 14, 2020, 9:04 AM IST

କୃଷକ ଆନ୍ଦୋଳନ
କୃଷକ ଆନ୍ଦୋଳନ

07:06 December 14

ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି । ଆଜି ଉପବାସ ରଖିବେ ଚାଷୀ ।

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଦିଲ୍ଲୀସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଆନ୍ଦୋଳନ 19 ଦିନରେ ପହଞ୍ଚିଥିବାବେଳେ ସରକାର ଦାବି ମାନୁନଥିବାରୁ ଆଜି ଉପବାସରେ ରହିବେ ଲକ୍ଷ ଲକ୍ଷ ଚାଷୀ । ଏହାସହ ସମସ୍ତ ଜିଲ୍ଲା ହେଡ୍‌କ୍ବାର୍ଟରରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଆଇନ ବିରୋଧରେ ନିଜର ସ୍ବର ଅଧିକ ଶାଣିତ କରିବାକୁ କୃଷକ ସଙ୍ଗଠନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ସକାଳ 8ଟାରୁ ଅପରାହ୍ନ 5ଟା ଯାଏ ଚାଷୀମାନେ ଉପବାସରେ ରହିବେ ବୋଲି କହିଛନ୍ତି । କୃଷକଙ୍କ ଆନ୍ଦୋଳନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମର୍ଥନ କରିବା ସହ ସେ ମଧ୍ୟ ଉପବାସ କରିବେ ବୋଲି କହିଛନ୍ତି । ଏହାସହ ଆପ୍‌ କର୍ମୀମାନେ ମଧ୍ୟ କୃଷକଙ୍କ ସହ ଉପବାସରେ ରହିବେ ବୋଲି କେଜ୍ରିୱାଲ କହିଛନ୍ତି ।  

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ କରୁଥିବାବେଳେ ଏହାକୁ ବ୍ୟାପକ କରିବା ସହ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ସରକାରଙ୍କ ଉପରେ ଚାପ ପକାଇବାକୁ ଏଭଳି ଉଦ୍ୟମ କରାଯାଉଥିବା କୁହାଯାଉଛି ।  

ସେପଟେ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ମଧ୍ୟ ଚାଷୀମାନେ ବନ୍ଦ କରି ରଖିଛନ୍ତି । ଏହାସହ ଦିଲ୍ଲୀସୀମାରେ ଅଧିକରୁ ଅଧିକ ଚାଷୀ ରୁଣ୍ଡ ହେଉଥିବାରୁ ରାଜସ୍ଥାନ ଓ ହରିୟାଣା ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ଅନ୍ୟପଟେ କୃଷକଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି କୃଷକ ଆନ୍ଦୋଳନକୁ ଲକ୍ଷ୍ୟ କରି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁଣି ଥରେ ଆଲୋଚନା କରିଛନ୍ତି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 14, 2020, 9:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.