ETV Bharat / bharat

ଲକଡାଉନ ନିୟମକୁ ଫୁ, ରାସ୍ତାରେ ଏକତ୍ରିତ ହେଲେ ଶହ ଶହ ଲୋକ

author img

By

Published : Jun 12, 2020, 5:23 PM IST

କର୍ଣ୍ଣାଟକର ହାୱେରୀ ଜିଲ୍ଲାରେ ଗୁରୁବାର ଲକଡାଉନ ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଛି । ଶହ ଶହ ଗ୍ରାମବାସୀ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାସ୍ତାରେ ଏକତ୍ରିତ ହୋଇଥିଲେ ।

କର୍ଣ୍ଣାଟକ
Karnataka

ବେଙ୍ଗାଲୁରୁ: ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଓ ସାମାଜିକ ଦୂରତାକୁ ମୁଖ୍ୟ ଅସ୍ତ୍ର ଭାବେ ଦେଖାଯାଉଛି । ଏନେଇ ଉଭୟ ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। କିନ୍ତୁ କର୍ଣ୍ଣାଟକର ହାୱେରୀ ଜିଲ୍ଲାରେ ଗୁରୁବାର ଏହି ଲକଡାଉନ ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଛି । ଶହ ଶହ ଗ୍ରାମବାସୀ ଏକ ଧାର୍ମିକ ମେଳାରେ ଯୋଗ ଦେବା ପାଇଁ ରାସ୍ତାରେ ଏକତ୍ରିତ ହୋଇଥିଲେ ।

ସୂଚନା ମୁତାବତ ଏହି ଗ୍ରାମବାସୀ ବ୍ରହ୍ମ ଲିଙ୍ଗେଶ୍ବର ମେଳାରେ ଯୋଗ ଦେବାପାଇଁ ଏକତ୍ରିତ ହୋଇଥିଲେ । ଏହି ମେଳା ଜିଲ୍ଲାର କରଜଗୀ ଗ୍ରାମରେ ଆୟୋଜିତ ହୋଇଥିଲା । ତେବେ ପ୍ରଶାସନ ଏହାର ଅନୁମତି ଦେଇନଥିଲା । ତଥାପି ଗ୍ରାମବାସୀ ସରକାରୀ ଆଦେଶକୁ ଅଣଦେଖା କରି ରଥ ଦୌଡ ପ୍ରତିଯୋଗୀତା ପାଇଁ ରାସ୍ତାରେ ଏକତ୍ରିତ ହୋଇଥିଲେ ।

ଏହା ବ୍ୟତୀତ ସେମାନେ ନା ମାସ୍କ ପିନ୍ଧିଥିଲେ ନା ସାମାଜିକ ଦୂରତ୍ବକୁ ପାଳନ କରିଥିଲେ । ତେବେ କର୍ଣ୍ଣାଟକରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି । ଏହା ପୂର୍ବରୁ ମେ ମାସରେ ରାମନଗର ଜିଲ୍ଲାର ଏକ ଗ୍ରାମରେ ମେଳା ଅନୁଷ୍ଠିତ ହୋଇଥିଲା । ଯେଉଁଥିପାଇଁ ସେଠାକାର ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.