କୋରାପୁଟ: ଆଦିବାସୀଙ୍କୁ ଦିଅ ଜମିର ଅଧିକାର । ଏହି ଦାବି ନେଇ ଅଲ ଇଣ୍ଡିଆ କ୍ଷେତ ମଜଦୂର ସଂଘ ସହ ଅନୁବନ୍ଧିତ ଚାଷୀ ମୂଲିଆ ଆଦିବାସୀ ସଂଘ ବନ୍ଧୁଗାଁରେ ଏକ ବିଶାଳ ରାଲିରେ ବାହାରି ସ୍ଥାନୀୟ ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଛି ।
ତେବେ ଗତ କିଛି ବର୍ଷ ଧରି ନିରବ ରହିଥିବା ଚାଷୀ ମୂଲିଆ ଆଦିବାସୀ ସଂଘର ପ୍ରତିଷ୍ଠାତା ଓ ସଭାନେତ୍ରୀ କଣ୍ଡାଗିରି ପଡ଼ିଆମୀଙ୍କ ନେତୃତ୍ତ୍ବରେ ଆୟୋଜିତ ଏହି ପାରମ୍ପରିକ ଶୋଭାଯାତ୍ରାରେ ସଂଘର ଆବାହକ ଶ୍ରୀକାନ୍ତ ମହାନ୍ତି ଯୋଗ ଦେଇଥିବା ସୂଚନା ରହିଛି ।
ଦୀର୍ଘ ଦିନ ଧରି ଆଦିବାସୀମାନେ ଚାଷ କରୁଥିବା ସାହୁକାର ଜମିର ପଟ୍ଟା ଆଦିବାସୀଙ୍କୁ ପ୍ରଦାନ କରିବା । ଏହାସହ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସମସ୍ତ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ବାସିନ୍ଦା ମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବାକୁ ଦାବି କରାଯାଇଥିବା ସୂଚନା ରହିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ନ୍ୟୁଜ