ETV Bharat / bharat

ୟୁଜିସି ପରୀକ୍ଷା ପାଇଁ ନୂତନ SOP ପ୍ରସ୍ତୁତ କଲା ଏଚଆରଡି ମନ୍ତ୍ରଣାଳୟ

author img

By

Published : Jul 11, 2020, 7:07 PM IST

ଦେଶରେ ବିଶ୍ବବିଦ୍ୟାଳୟ ପରୀକ୍ଷା କରିବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏକ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ପ୍ରସ୍ତୁତ କରିଛି ।

ୟୁଜିସି ପରୀକ୍ଷା ପାଇଁ ନୂତନ SOP
ୟୁଜିସି ପରୀକ୍ଷା ପାଇଁ ନୂତନ SOP

ନୂଆଦିଲ୍ଲୀ: ଦେଶରେ ବିଶ୍ବବିଦ୍ୟାଳୟ ପରୀକ୍ଷା କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏକ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ପ୍ରସ୍ତୁତ କରିଛି । ଗୃହ ମନ୍ତ୍ରଣାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହିତ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା SOPରେ କୋଭିଡ-19 କାରଣରୁ ବିଶ୍ବବ୍ୟାପୀ ମହାମାରୀ ମଧ୍ୟରେ ଛାତ୍ରମାନଙ୍କ ସୁରକ୍ଷା, ନିରପେକ୍ଷତା ଓ ସମାନ ସୁଯୋଗକୁ ସୁନିଶ୍ଚିତ କରିବା ପାଇଁ ଯୋଜନା କରାଯାଇଛି ।

କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି ଯେ, ୟୁଜିସି ଚଳିତ ବର୍ଷ 30 ସେପ୍ଟେମ୍ବର ସୁଦ୍ଧା ବିଶ୍ବବିଦ୍ୟାଳୟରେ ଟର୍ମିନାଲ ସେମିଷ୍ଟାରର ସମସ୍ତ ପରୀକ୍ଷା କରିବା ପାଇଁ ଏକ ଗାଇଡଲାଇନ ଜାରି କରିଛି। ସେ କହିଛନ୍ତି, ଏହି ପରୀକ୍ଷା ଅଫଲାଇନ୍, ଅନଲାଇନ୍ କିମ୍ବା ମିଶ୍ରିତ ଦିଗ ମାଧ୍ୟମରେ କରାଯିବ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଯଦି ଶେଷ ବର୍ଷର କୌଣସି ଛାତ୍ର ପରୀକ୍ଷାରେ ଅନୁପସ୍ଥିତ ରହୁନ୍ତି ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଛାତ୍ରଙ୍କୁ ସୁଯୋଗ ଦିଆଯିବ। ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ଶିକ୍ଷା ବ୍ୟବସ୍ଥାରେ ଏକାଡେମିକ୍ ବିଶ୍ବସନୀୟତା, ବୃତ୍ତି ସୁଯୋଗ ଓ ଛାତ୍ରମାନଙ୍କର ଅଗ୍ରଗତି ନିଶ୍ଚିତ କରିବା ଗୁରୁତ୍ବପୂର୍ଣ୍ଣ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେକୌଣସି ଶିକ୍ଷା ବ୍ୟବସ୍ଥାରେ ଛାତ୍ରମାନଙ୍କର ଶିକ୍ଷାଗତ ମୂଲ୍ୟାଙ୍କନ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.