ETV Bharat / bharat

ୱେବିନାର ଜରିଆରେ 45 ହଜାର ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସହ ଆଲୋଚନା କରିବେ ରମେଶ ପୋଖରିୟାଲ

author img

By

Published : May 27, 2020, 5:32 PM IST

Updated : May 27, 2020, 5:56 PM IST

ୱେବିନାର ଜରିଆରେ ଦେଶର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ସହିତ ଏକ ଅନଲାଇନ୍ ବୈଠକରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଦେଶର ବିଭିନ୍ନ କଲେଜ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା କରିବେ । ଆହୁରି ମଧ୍ୟ ଛାତ୍ର ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇପାରେ ।

HRD Minister Pokhriyal
HRD Minister Pokhriyal

ନୂଆଦିଲ୍ଲୀ: କୋରୋନା ଭାଇରସ୍‌ ପ୍ରକୋପ ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ଜାରି ରହିଛି । ଦୀର୍ଘ ଦିନ ହେବ ସମସ୍ତ ଶିକ୍ଷଣ ସଂସ୍ଥାନଗୁଡ଼ିକ ବନ୍ଦ ରହିଛି । ଏବେ ଧିରେ ଧିରେ ଲକଡାଉନ କଟକଣାକୁ କୋହଳ କରାଯାଉଛି । ଏବେ ସରକାର କିଛି ବଡ ଘୋଷଣା କରିବା ନେଇ ପୂର୍ବାଭାସ ମିଳିଛି । ଏପରିସ୍ଥଳେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଦେଶର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ସହିତ ୱେବିନାର ଜରିଆରେ ଅନଲାଇନ ବୈଠକ କରିବା ପାଇଁ ଘୋଷଣା କରିଛନ୍ତି ।

ୱେବିନାର ଜରିଆରେ ଦେଶର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ସହିତ ଏକ ଅନଲାଇନ୍ ବୈଠକରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଦେଶର ବିଭିନ୍ନ କଲେଜ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା କରିବେ । ଆହୁରି ମଧ୍ୟ ଛାତ୍ର ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇପାରେ ।

ଏହି ବିଷୟରେ ସୂଚନା ପ୍ରଦାନ କରି ନିଶଙ୍କ କହିଛନ୍ତି ଯେ ,ମେ 28 ରେ ଲାଇଭ୍ ୱେବିନାର୍ ମାଧ୍ୟମରେ ଦେଶର 45 ହଜାର ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସହିତ ଆଲୋଚନା କରାଯିବ । ଏହି ସମୟ ମଧ୍ୟରେ କୋରୋନା ଜୀବାଣୁ ମହାମାରୀରୁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ କିପରି ସୁଯୋଗରେ ପରିଣତ କରାଯିବ ସେନେଇ ଆଲୋଚନା ହେବ ।

ଅନ୍ୟପକ୍ଷରେ, ବୁଧବାର ସନ୍ଧ୍ୟାରେ ସିବିଏସ୍ଇ ବୋର୍ଡର ଦଶମ ଏବଂ ଦ୍ବାଦଶ ପରୀକ୍ଷାରେ ହାଜର ହେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀ ନିଶଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା ଘୋଷଣା କରିପାରନ୍ତି ।

@IANS

Last Updated : May 27, 2020, 5:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.