ETV Bharat / bharat

କୋରୋନା ଓ୍ବାରିୟର୍ସଙ୍କ ସମ୍ମାନରେ ଆଲୋକିତ ହେଲା ହାଓ୍ବଡା ବ୍ରିଜ

ଅନ୍ତର୍ଜାତୀୟ ଆଲୋକ ଦିବସରେ କୋରୋନା ୱାରିୟର୍ସଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଡିଜିଟାଲ ଲାଇଟରେ ରଙ୍ଗୀନ ହେଲା ପଶ୍ଚିମବଙ୍ଗର ହାୱଡା ବ୍ରିଜ । ଅଧିକ ପଢନ୍ତୁ...

author img

By

Published : May 17, 2020, 9:04 AM IST

ପଶ୍ଚିମବଙ୍ଗର ହାୱଡା ବ୍ରିଜ
ପଶ୍ଚିମବଙ୍ଗର ହାୱଡା ବ୍ରିଜ

କୋଲକାତା: ପଶ୍ଚିମବଙ୍ଗର ହାୱଡା ବ୍ରିଜ ଶନିବାର ରଙ୍ଗ ବେରଙ୍ଗ ଆଲୋକ ଏବଂ ସାଉଣ୍ଡ ସୋରେ ସଜାଯାଇଥିଲା ଏବଂ କରୋନାଭାଇରସ୍ ବିରୁଦ୍ଧରେ ଯୁଦ୍ଧ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ସମ୍ମାନିତ କରିବା ପାଇଁ ଏହା କରାଯାଇଥିଲା। ଉଲ୍ଲେଖନୀୟ ଯେ, ଶନିବାର ମଧ୍ୟ ଅନ୍ତର୍ଜାତୀୟ ଆଲୋକ ଦିବସ ଥିଲା, ଯାହା ୟୁନେସ୍କୋ ଦ୍ୱାରା ସମଗ୍ର ବିଶ୍ୱରେ ପାଳନ କରାଯାଏ । ସାଜସଜ୍ଜାର ଆୟୋଜନ କୋଲକାତା ବନ୍ଦର ଟ୍ରଷ୍ଟ କରିଥିଲା। କୋରୋନା ୱାରିୟର୍ସଙ୍କୁ ଧନ୍ୟବାଦ ଜଣାଇବା ପାଇଁ ବ୍ରିଜ ଉପରେ ଡିଜିଟାଲ ଲାଇଟ ଲଗାଯାଇ ସମଗ୍ର ବ୍ରିଜକୁ ଆଲୋକିତ କରାଯାଇଥିଲା ।

ସୂଚନାନୂସାରେ, ମେ 16ରେ ଅନ୍ତର୍ଜାତୀୟ ଆଲୋକ ଦିବସ ପାଳନ କରାଯାଏ । ବିଜ୍ଞାନରେ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏହା ୟୁନେସ୍କୋ ଦ୍ୱାରା ପାଳନ କରାଯାଏ । ଏହାପୂର୍ବରୁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ 159 ତମ ଜନ୍ମ ବାର୍ଷିକୀରେ ହାୱଡା ବ୍ରିଜ ଆଲୋକିତ ହୋଇଥିଲା। ଏହି ଆଲୋକ ଏବଂ ସାଉଣ୍ଡ ସିଷ୍ଟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଜାନୁଆରୀରେ କୋଲକାତା ଗସ୍ତରେ ଆସି ଲଞ୍ଚ କରିଥିଲେ।

ସ୍ୱାସ୍ଥ୍ୟ କର୍ମୀମାନେ କୋରୋନା ବିରୁଦ୍ଧରେ ଲଢେଇ ପାଇଁ ଆଗେଇ ଆସିଛନ୍ତି, ସେମାନଙ୍କୁ ଅନେକ ଥର ସମ୍ମାନିତ କରାଯାଇଛି । ଯେମିତି ଜନତା କର୍ଫ୍ୟୁରେ କରତାଳି, ଦୀପ ଜାଳି କୋରୋନା ୱାରିୟର୍ସଙ୍କୁ ସମ୍ମାନିତ କରାଯାଇଥିଲା । କିଛି ଦିନ ପୂର୍ବରୁ ସୁରକ୍ଷା ବାହିନୀ ଫ୍ଲାଇପ୍ୟାଷ୍ଟ କରି ଡାକ୍ତରଖାନା ଉପରେ ଫୁଲ ବର୍ଷା କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.