ETV Bharat / bharat

ଲକଡାଉନ 2.0: ବ୍ୟସ୍ତମୟ ଜୀବନ ବିତାଇବ ସମୟ - ଲକଡାଉନ ସମୟ

ସମୟ କାଟିବାର ଗୋଟିଏ ଶ୍ରେଷ୍ଠ ଉପାୟ ବ୍ୟସ୍ତମୟ ଜୀବନ । ଯେପରି ଆପଣ ଅଫିସରେ କାମ କରି ସମୟ କାଟୁଥିଲେ ସେପରି ଘରେ ମଧ୍ୟ ସମୟ କାଟିପାରିବେ । ଅଧିକ ପଢନ୍ତୁ...

ଲକଡାଉନ 2.0: ବ୍ୟସ୍ତମୟ ଜୀବନ ବିତାଇବ ସମୟ
ଲକଡାଉନ 2.0: ବ୍ୟସ୍ତମୟ ଜୀବନ ବିତାଇବ ସମୟ
author img

By

Published : Apr 17, 2020, 7:40 PM IST

ହାଇଦ୍ରାବାଦ: ପୁଣି ଥରେ ମେ 3 ଯାଏଁ ଲକଡାଉନ ଘୋଷଣା ହୋଇଛି । ଦ୍ବିତୀୟ ପର୍ଯ୍ୟାୟ ଲକଡାଉନକୁ ନେଇ ପୁଣିଥରେ ଚିନ୍ତାରେ ପଡିଛନ୍ତି କର୍ମବ୍ୟସ୍ତ ଲୋକ । କାରଣ ପ୍ରଥମ 21 ଦିନ କାଟିବା ସେମାନଙ୍କ ପାଇଁ କଷ୍ଟକର ଥିଲା । ସବୁବେଳେ କାମରେ ବ୍ୟସ୍ତ ରହୁଥିବା ଲୋକେ ଘରେ ବସି ବସି ନିଶ୍ଚୟ ଚିଡଚିଡା ହୋଇପାରନ୍ତି । ଘରେ ବସି ମୋବାଇଲ ଦେଖିବା କିମ୍ବା ଟିଭିରେ ମଜ୍ଜି ରହିବା ସେମାନଙ୍କ ପାଇଁ ସହଜ ନୁହେଁ । ଏପରିକି ଘଣ୍ଟା ଘଣ୍ଟା କାହା ସହ ଗପିବା ମଧ୍ୟ ସେମାନଙ୍କ କାର୍ଯ୍ୟଶୈଳୀ ବାହାରେ ।

ତେବେ ସମୟ କାଟିବାର ଗୋଟିଏ ଶ୍ରେଷ୍ଠ ଉପାୟ ବ୍ୟସ୍ତମୟ ଜୀବନ । ଯେପରି ଆପଣ ଅଫିସରେ କାମ କରି ସମୟ କାଟୁଥିଲେ ସେପରି ଘରେ ମଧ୍ୟ ସମୟ କାଟିପାରିବେ । କାରଣ ଖାଲି ବସିଲେ ଆପଣଙ୍କ ମନରେ ନାନା କଥା ଚାଲିବ । ବିଭିନ୍ନ ଖରାପ ଓ ଫାଲତୁ କଥା ମନରେ ପ୍ରବେଶ କରିବ । ଫଳରେ ଆପଣ ବିରକ୍ତ ଓ ଚିଡଚିଡା ବି ହୋଇପାରନ୍ତି । ଘରଲୋକଙ୍କ ସହ ଆପଣଙ୍କ ମତଭେଦ ବି ହୋଇପାରେ । ତେଣୁ ବ୍ୟସ୍ତ ରହନ୍ତୁ ଦେଖିବେ ଆପଣଙ୍କ ପ୍ରତିଟି ମୂହୂର୍ତ୍ତ ଖୁସି ଓ ଶାନ୍ତିରେ କଟିଯିବ । ଦିନର ଆରମ୍ଭରୁ ମସ୍ତିଷ୍କ ଥଣ୍ଡା ରଖନ୍ତୁ । ଅତ୍ୟନ୍ତ ଶାନ୍ତ ଭାବେ ଦିନର କାର୍ଯ୍ୟ ଆରମ୍ଭ କରନ୍ତୁ । ମନେରଖନ୍ତୁ ଚାପ ସମୟରେ ହିଁ ମନରେ ଅନେକ ଖରାପ ଚିନ୍ତା ଘୂରିବୁଲେ । ନକରାତ୍ମକ ଚିନ୍ତାଧାରା କୋରୋନା ଭୂତାଣୁ ଭଳି ହୋଇଥାଏ । ସୁଯୋଗ ପାଇବା ମାତ୍ରେ ଆପଣଙ୍କୁ ଆଟାକ୍‌ କରିଥାଏ । ତେଣୁ ସୁସ୍ଥ ଓ ଥଣ୍ଡା ମନରେ ସମସ୍ତ ସମସ୍ତ କାମର ଆରମ୍ଭ କରନ୍ତୁ, ଦେଖିବେ ସଫଳ ହେବେ ।

ଏପରି ସମୟକୁ ବିତାଇବା ପାଇଁ ଆପଣ ଏହାକୁ ନିଜ ଜୀବନ ସହ ତୁଳନା କରନ୍ତୁ । ଜୀବନର ସଙ୍ଘର୍ଷ କଥା ଭାବନ୍ତୁ । ଅତୀତରେ ଯଦି କୌଣସି କଠିନ ପରିସ୍ଥିତି ଦେଇ ଗତି କରିଛନ୍ତି ତେବେ ସେଥିରୁ କିପରି ବାହାରିଛନ୍ତି ସେହି କଥା ଭାବନ୍ତୁ । କିପରି ସେହି ସମୟକୁ ସାମନା କରି ଆଗେଇଛନ୍ତି ତାହା ଚିନ୍ତା କରନ୍ତୁ । ଆଉ ଏହାକୁ ସେହି ସମୟ ବୋଲି ଭାବନ୍ତୁ । ଏହା ସତ ସେ ସମୟ ଭଳି ଏବେ କିଛି କଠିନ କାର୍ଯ୍ୟ ବା ସମସ୍ୟା ଅଥବା ଟାର୍ଗେଟ ନାହିଁ । ତେଣୁ ଯଦି ଆପଣ ସେ କଠିନ ସମୟରୁ ବାହାରି ଆସିଛନ୍ତି ତେବେ ଏହା ତ ମାତ୍ର ଏକ ସାଧାରଣ ସମୟ । ଯେଉଁଠି ଆପଣଙ୍କୁ ଘରେ ସମୟ କାଟିବାର ଅଛି ଏବଂ ନିଜକୁ ଚିହ୍ନିବାର ଅଛି । କୋରୋନାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ଭବିଷ୍ୟତ କଥା ଭାବନ୍ତୁ ନାହିଁ । ବର୍ତ୍ତମାନ କଥା ଭାବନ୍ତୁ । ନ୍ୟୁଜ ଓ ସରକାରଙ୍କ ଗାଇଡଲାଇନ ଉପରେ ଧ୍ୟାନ ଦିଅନ୍ତୁ । ଏହାକୁ ମାନିବା ସହ କିପରି ଉପଯୁକ୍ତ ପଦକ୍ଷେପ ନେବେ ତାହା ଚିନ୍ତା କରନ୍ତୁ ।

ଏକା ରହନ୍ତୁ ନାହିଁ । ସବୁବେଳେ ଘର ଲୋକଙ୍କ ସହ ସମୟ କାଟନ୍ତୁ । ପୁଣିଥରେ ଅଫିସ ଆରମ୍ଭ ହୋଇଗଲେ ଏପରି ସମୟ ମିଳିବନି । ବିଭିନ୍ନ ବିଷୟରେ କଥା ହୁଅନ୍ତୁ । ଜୀବନର ସଫଳତା ଓ ବିଫଳତାର କାହାଣୀ ଘନିଷ୍ଠ ଲୋକଙ୍କୁ ଶୁଣାନ୍ତୁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯୋଗ କରନ୍ତୁ । ସମସ୍ତ ଚିନ୍ତା, ରାଗ, ଦ୍ବେଷର ସଫଳ ଔଷଧ ଯୋଗ । ଏହା ଆପଣଙ୍କର ଅଧିକ ସମୟ ନେବନି । କିନ୍ତୁ ଲମ୍ବା ସମୟ ଯାଏଁ ଏହାର ଉପକାର ଆପଣଙ୍କ ସହ ରହିବ । ଗୋଟିଏ ମିନିଟରୁ ଏହା ଆରମ୍ଭ କରନ୍ତୁ । ଧିରେ ଧିରେ ସମୟକୁ 5ରୁ 10 ମିନିଟ ଯାଏଁ ବଢାଇବେ । ସେହିପରି ସୁସ୍ଥ ଖାଦ୍ୟ ଖାଆନ୍ତୁ । ସୁସ୍ଥ ମନ ପାଇଁ ସୁସ୍ଥ ଖାଦ୍ୟ ଜରୁରୀ । ତେଲ, ମସଲା, ଚର୍ବି ଜାତୀୟ ଖାଦ୍ୟଠାରୁ ଦୂରରେ ରହନ୍ତୁ । ଫଳ ଓ ପ୍ରୋଟିନଯୁକ୍ତ ଆହାର ଗ୍ରହଣ କରନ୍ତୁ । ଆପଣଙ୍କ ଇଚ୍ଛା ଯେଉଁଥିରେ ସେହି କାର୍ଯ୍ୟ ଆରମ୍ଭ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.