ଅର୍ଥ ମଣିଷ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଅର୍ଥନୀତିର ମୂଳଦୁଆ ଶକ୍ତ ଥିଲେ ଆମର ମାନସିକ ଓ ପାରିବାରିକ ସ୍ଥିତି ମଧ୍ୟ ମଜ୍ଜବୁତ୍ ରୁହେ। ଏକ ଦେବାଳିଆ ଅର୍ଥନୀତି ଯେ କେବଳ ବିଶ୍ବରେ ସଙ୍କଟ ସୃଷ୍ଟି କରେ ତାହା ନୁହେଁ ବରଂ ହସ ଖୁସିରେ ଚାଲୁଥିବା ସଂସାରରେ ଦୁଃଖ ଆଣିଦିଏ। ଯାହାର ଉଦାହରଣ ଏବେ ଲକଡାଉନ ଓ ସଟଡାଉନ ସମୟରେ ଦେଖିବାକୁ ମିଳୁଛି। ଅନେକ କମ୍ପାନୀ ତାର କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ କିଛି କମ୍ପାନୀ ସମ୍ପୂର୍ଣ୍ଣ ବନ୍ଦ ହେବା ଉପରେ। ତେବେ କିପରି ରଖିବେ ନିଜର ଆର୍ଥିକ ସ୍ଥିତିକୁ ମଜବୁତ୍ କରିବେ ଆସନ୍ତୁ ଜାଣିବା।
1. ସର୍ବଦା ନିଜର ଏକ ଜରୁରୀକାଳୀନ ଫଣ୍ଡ ରଖନ୍ତୁ। ଯାହା ଆପଣଙ୍କ ଅସୁବିଧା ସମୟରେ ସାହାଯ୍ୟରେ ଆସିବ। ଯଦି କୌଣସି ସମୟରେ ଆପଣଙ୍କୁ ଖରାପ ସ୍ଥିତି ଦେଇ ଯିବାକୁ ପଡେ କିମ୍ବା ଚାକିରୀ ଚାଲିଯାଏ ସେ ସମୟରେ ଏହି ଗଚ୍ଛିତ ଟଙ୍କା ଆପଣଙ୍କୁ 6 ମାସ ପର୍ଯ୍ୟନ୍ତ ଚଳେଇ ନେବ।
2. ବର୍ତ୍ତମାନ ସମୟରେ ଆପଣ ସେଲ୍ଫ ଆଇସୋଲେସନରେ ଅଛନ୍ତି। ଏହି ସମୟରେ ଚାହିଁଲେ ନିଜର କରେଣ୍ଟ ବଜେଟକୁ ହିସାବ କରି ଏବେକାର ଆବଶ୍ୟକତା ଓ ଚାହିଦା ବିଷୟରେ ଆଲୋକପାତ କରିପାରିବା।
3. ସାଧାରଣତଃ ଅନ୍ୟ ଦିନମାନଙ୍କରେ ଆମେ ବିଳାସବ୍ୟସନରେ ସମୟ ଅତିବାହିତ କରିବା ସହ ଟଙ୍କା ବିଭିନ୍ନ ଅନାବଶ୍ୟକୀୟ ଖର୍ଚ୍ଚ ପ୍ରତି ନଜର ଦେଇନଥାଉ। ହେଲେ ଏପରି କରିବା ମୁର୍ଖାମୀର ପରିଚୟ ସର୍ବଦା ଚାହିଦା ଓ ଆବଶ୍ୟକତାର ଗୁରୁତ୍ବ ବୁଝିବା ଜରୁରୀ।
4. ବର୍ତ୍ତମାନ ଡିଜିଟାଲ ଯୁଗ। ସମୟର ଅପଚୟ ନକରି କିମ୍ବାର ବ୍ୟାଙ୍କର ଲମ୍ବା ଲାଇନରେ ଛିଡା ନହୋଇ ସମସ୍ତ ଟ୍ରାନଜାକ୍ସନ ଡିଜିଟାଲରେ କରନ୍ତୁ। ଏହାସହ ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଅନଲାଇନ ହୋଇନଥିବା ତେବେ ଇଏମଆଇ ପେମେଣ୍ଟରେ ବିଳମ୍ବ ହେବା ସହ ଅନେକ ଅସୁବିଧା ଉପୁଜିବ।
5. ହେଲଥ୍ ଇନସୁରାନ୍ସ କରିବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବର୍ତ୍ତମାନର ଏହି ମହାମାରୀ ସମୟରେ କାହାର କେତେ ବେଳେ କିଛି ବି ହୋଇପାରେ। ତେଣୁ ସର୍ବଦା ପଲିସି ଅନୁସାରେ ଇନସୁରାନ୍ସ କାର୍ଡ ବନାନ୍ତୁ।