ଚେନ୍ନାଇ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟରଙ୍କ ବିସ୍ଫୋରକ ବୟାନ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଶିକ୍ଷିତ କହିଲେ ମଣିଶଙ୍କର । ସେ କହିଛନ୍ତି, 1991 ମସିହା ପରେ ଭାରତର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଥିଲା । କିନ୍ତୁ ବର୍ତ୍ତମାନ ଇଂରେଜଙ୍କ ଭଳି ମୋଦି ଅତ୍ୟାଚାର ଦେଶରେ ବଢି ଚାଲିଛି । ଅର୍ଥନୀତି ଭୁଶୁଡ଼ିବା ଆରମ୍ଭ କରିଛି ବୋଲି କହିଛନ୍ତି ।
ମଣିଶଙ୍କର କହିଛନ୍ତି, ବିଜେପି ଦେଶର ଅର୍ଥନୀତିକୁ ବରବାଦ କରିଦେଇଛି । ଦୁଃଖର ବିଷୟ ଭାରତର ଅର୍ଥନାତିକୁ ମନମୋହନ ସିଂହ ଯେଉଁ ସ୍ତରକୁ ନେଇଥିଲେ ତାହା ବର୍ତ୍ତମାନ ଭୁଶୁଡ଼ିବାରେ ଲାଗିଛି ।
ଏହା ସହିତ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ତାମିଲ ନ୍ୟାସନାଲ ପାର୍ଟି ନେତା ସୌମେନ ଦେଇଥିବା ବୟାନକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା । ଏହି ଘଟଣାରେ ତାଙ୍କ ନାମରେ ଅଭିଯୋଗ ଦାଖଲ କରିବାକୁ ନାମକାଇ ଥାନା ଆସିଥିଲେ ମଣିଶଙ୍କର ।