ETV Bharat / bharat

ଲକଡାଉନ ବୃଦ୍ଧି ସହ କୋହଳ ହେବା ନେଇ ଦିଲ୍ଲୀବାସୀଙ୍କୁ ପରାମର୍ଶ ମାଗିଲେ କେଜ୍ରିଓ୍ବାଲ - cm kejriwal

ସିଏମ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଲକଡାଉନ କରିବା ଉପରେ ଆଲୋଚନା କରିଛନ୍ତି ଏବଂ କେଉଁ ରାଜ୍ୟବାସୀ କଣ ଚାହୁଁଛନ୍ତି ତାହା ପଚାରିଛନ୍ତି। ଅଧିକ ପଢନ୍ତୁ...

ଲକଡାଉନ ବୃଦ୍ଧି ସହ କୋହଳ ହେବା ନେଇ ଦିଲ୍ଲୀବାସୀଙ୍କୁ ପରାମର୍ଶ ମାଗିଲେ ସିଏମ କେଜରିଓ୍ବାଲ

author img

By

Published : May 12, 2020, 2:32 PM IST

ନୂଆଦିଲ୍ଲୀ: ଲକଡାଉନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ରାଜ୍ୟଗୁଡିକ କ’ଣ ଚାହୁଁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଛି । ଏହି ପ୍ରକ୍ରିୟାକୁ ଆଗକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ 17 ମେ ପରେ କେଉଁ ଦିଗରେ ଆଗକୁ ବଢିବେ ସେନେଇ ଜନସାଧାରଣଙ୍କଠାରୁ ପରାମର୍ଶ ଲୋଡିଛନ୍ତି ।

ସିଏମ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଲକଡାଉନ କରିବା ଉପରେ ଆଲୋଚନା କରିଛନ୍ତି ଏବଂ କେଉଁ ରାଜ୍ୟବାସୀ କଣ ଚାହୁଁଛନ୍ତି ତାହା ପଚାରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ 15 ମେରେ ରାଜ୍ୟମାନଙ୍କଠାରୁ ପରାମର୍ଶ ଲୋଡିଛନ୍ତି, ଯାହା ଆଧାରରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ । କେନ୍ଦ୍ର ସରକାରଙ୍କୁ ତାଙ୍କ ମତାମତ ପଠାଇବା ପୂର୍ବରୁ କେଜ୍ରିୱାଲ ଜନସାଧାରଣଙ୍କ ସହ ପରାମର୍ଶ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେଜ୍ରିୱାଲ କହିଛନ୍ତି, 'ମୁଁ ଆଜି ଦିଲ୍ଲୀର ଲୋକଙ୍କଠାରୁ ପରାମର୍ଶ ନେବାକୁ ଚାହୁଁଛି । ମେ 17 ତାରିଖ ପରେ କଣ ହେବା ଉଚିତ।

ସିଏମ ଲୋକଙ୍କୁ ପଚାରିଛନ୍ତି ଯେ, ଲକଡାଉନରେ ଢିଲା ହେବା ଉଚିତ । ଯଦି ଏହାକୁ ଢିଲା ଦିଆଯିବା ଉଚିତ ତେବେ କେତେ ଏବଂ କେଉଁ କ୍ଷେତ୍ରରେ, କେତେ ଦିଆଯିବା ଉଚିତ । ଅଟୋ ଟ୍ୟାକ୍ସି ଆରମ୍ଭ ହେବା ଉଚିତ କି ନାହିଁ ବୋଲି ପଚାରିଛନ୍ତି। ଏଥିସ ହ ବିଦ୍ୟାଳୟଗୁଡ଼ିକ ଖୋଲିବା ଉଚିତ, ବଜାର ଖୋଲିବା ଉଚିତ, ଶିଳ୍ପ କ୍ଷେତ୍ର ଖୋଲିବା ଉଚିତ କି ନାହିଁ ସିଏମ କେଜ୍ରିୱାଲ ମଧ୍ୟ ଜନସାଧାରଣଙ୍କୁ ପଚାରିଛନ୍ତି ?

ବୁଧବାର ସଂଧ୍ୟା 5ଟା ସୁଦ୍ଧା ସିଏମ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ସେମାନଙ୍କ ପରାମର୍ଶ ପଠାଇବାକୁ କହିଛନ୍ତି । ଏଥିପାଇଁ ହ୍ବାଟସ ଆପ୍ ନମ୍ବରରୁ ଇମେଲ ଆଇଡି ମଧ୍ୟ ଜାରି କରାଯାଇଛି । ସିଏମ୍ କେଜ୍ରିୱାଲ କହିଛନ୍ତି ଯେ 1031 ନମ୍ବର ଫୋନ କରି କିମ୍ବା 8800007722 ନମ୍ବରରେ ହ୍ବାଟସ ଆପ କଲ କରି ତାଙ୍କର ପରାମର୍ଶ ଦେଇପାରିବେ । ଏହା ବ୍ୟତୀତ, ଆପଣ delhicm.suggestions@gmail.com କୁ ମଧ୍ୟ ଇ-ମେଲ୍ କରିପାରିବେ । ସିଏମ କେଜ୍ରିୱାଲ କହିଛନ୍ତି ଯେ, ଜନସାଧାରଣଙ୍କ ଠାରୁ ପରାମର୍ଶ ନେବା ବ୍ୟତୀତ ସେ ଡାକ୍ତର ଏବଂ ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହା ପରେ ଗୁରୁବାର ସେମାନେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପଠାଇବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.