ETV Bharat / bharat

କାରଗିଲ କାହାଣୀ: ପାକିସ୍ତାନ ବିରୋଧରେ ଭାରତର କୂଟନୈତିକ ବିଜୟ

author img

By

Published : Jul 26, 2020, 12:01 PM IST

ନିଜ କୂଟନୈତିକ ନୀତି ପାଇଁ ଭାରତ ସର୍ବଦା ସମଗ୍ର ବିଶ୍ବରେ ଶତ୍ରୁ ସମାନ ପଡୋଶୀଙ୍କ ଚାଲକୁ ଫେଲ କରିଥାଏ । କାରଗିଲ୍ ଯୁଦ୍ଧରେ ସେନା ବଳ ଶତ୍ରୁକୁ ନାଶ କରିଥିବା ବେଳେ ପାକିସ୍ତାନକୁ ସମଗ୍ର ବିଶ୍ବ ଆଗରେ ମିଛୁଆ ପ୍ରମାଣିତ କରିଦେଇଥିଲା ଭାରତର ଆକ୍ରମଣାତ୍ମକ କୂଟନୈତିକ ନୀତି ।

କାରଗିଲ କାହାଣୀ
କାରଗିଲ କାହାଣୀ

ହାଇଦ୍ରାବାଦ: କାରଗିଲ ବିଜୟ ପରେ ଭାରତ ମଧ୍ୟ ପାକିସ୍ତାନକୁ କୁଟନୈତିକ ଝଟକା ଦେଇଥିଲା । ଭାରତ ପ୍ରଭାବଶାଳୀ କୂଟନୀତି ଜରିଆରେ ବିଶ୍ବ ଆଗରେ ପାକିସ୍ତାନ ମୁଖା ଖୋଲିଦେଇଥିଲା । କାରଗିଲ ଯୁଦ୍ଧର ପାକିସ୍ତାନ ଆକ୍ରମଣକାରୀ ଥିଲା ବୋଲି ପର୍ଦ୍ଦାଫାସ କରିଥିଲା ଭାରତ । ପାକିସ୍ତାନର ମିଥ୍ୟା ଓ ପ୍ରତାରଣାକୁ ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ ଉପସ୍ଥାପନା କରିଦେଲା ଓ ପାକିସ୍ତାନକୁ ବିଶ୍ବରୁ ଅଲଗା କରିଦେବାରେ ସଫଳ ହୋଇଥିଲା ଭାରତ ।

ଭାରତ କାରଗିଲ ଅନୁପ୍ରବେଶ ବିଷୟରେ ଜାଣିବା ପରେ ପାକିସ୍ତାନକୁ ସବୁଠାରୁ ଅଲଗା କରିବା ପାଇଁ ସାମରିକ ଓ କୂଟନୈତିକ ରଣନୀତି କରିବାରେ ଟିକେ ବି ପଛଘୁଞ୍ଚା ଦେଇନଥିଲା । କାରଗିଲ୍ ଟେପ୍, ଡକ୍ୟୁମେଣ୍ଟ୍ ଓ ପାକିସ୍ତାନୀ ଯବାନଙ୍କ ବ୍ୟକ୍ତିଗତ ପ୍ରଭାବ କାରଣରୁ ପାକିସ୍ତାନର ମିଥ୍ୟା ସର୍ବସମ୍ମୁଖକୁ ଆସିଥିଲା । ଅନୁପ୍ରବେଶକୁ ପ୍ରଥମରୁ ମିଛ କହି ଆସୁଥିବା ପାକିସ୍ତାନର ଅସଲ ଚେହେରା ଅନ୍ତର୍ଜାତୀୟ ସମୁଦାୟ ସାମ୍ନାକୁ ଆସିଥିଲା ।

ଏହି ଅନୁପ୍ରବେଶକୁ କାଶ୍ମୀର ପ୍ରସଙ୍ଗରେ ଯୋଡିବା ପାଇଁ ପାକିସ୍ତାନ ବହୁତ ଚେଷ୍ଟା କରିଥିଲା । ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟକୁ କହିବାକୁ ଚେଷ୍ଟା କଲା ଯେ ଏଲଓସିରେ ଲଢେଇ ସ୍ବଭାବିକ ଅଛି ଓ ସିଆଚେନରେ ଭାରତର ଉପସ୍ଥିତିକୁ ଜାହିର କରିବାକୁ ଚେଷ୍ଟା କଲା ।

ଭାରତୀୟ କୂଟନୀତିଜ୍ଞ କିନ୍ତୁ ଏଲଓସିର ସମ୍ପୂର୍ଣ୍ଣ ବିବରଣୀ ବିଷୟରେ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ବୁଝାଇ ଏହି ରଣନୀତିକୁ କାଉଣ୍ଟର କରିଥିଲା ଓ ପାକିସ୍ତାନୀ କାର୍ଯ୍ୟକଳାପ ଭାରତର ସାର୍ବଭୌମତ୍ବ ଉପରେ ଆକ୍ରମଣ କରୁଛି ବୋଲି ଜଣାଇଥିଲା।

ଭାରତ ଏହା ମଧ୍ୟ ଜୋର ଦେଇଛି ଯେ କୌଣସି ଦାୟିତ୍ବ ପ୍ରାପ୍ତ ଆଣବିକ ଦେଶ ତଥା ପଡୋଶୀ ଏପରି ଅସ୍ତ୍ରବିରତି ଉତ୍ତେଜକ ତଥା ବିପଦଜନକ କାର୍ଯ୍ୟ କରି ନାହିଁ । ପାକିସ୍ତାନ ଆଶା କରିଥିଲା ଯେ ପ୍ରମୁଖ ଦେଶ ଏହା ପକ୍ଷ ରଖିବେ ଓ ତୁରନ୍ତ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବେ । ଭାରତୀୟ କୂଟନୈତିକ ସୁନିଶ୍ଚିତ କଲେ ଯେ ଗୁରୁତ୍ବପୂର୍ଣ୍ଣ ଦେଶ ବିଶେଷକରି ଆମେରିକା କାରଗିଲରୁ ଓହରିଯିବା ପାଇଁ ପାକିସ୍ତାନକୁ ଜୋର ଦେବେ । ଏଲଓସି ଅତିକ୍ରମ ନକରିବା ନିଷ୍ପତ୍ତି ବିଶ୍ବ ସମ୍ମୁଖରେ ଭାରତର ସଂଯମତାକୁ ଦେଖାଇଥିଲା ।

ଜେନେରାଲ୍ ଭିପି ମଲିକ ତାଙ୍କ ପୁସ୍ତକ ଭାରତର ସାମରିକ ଦ୍ବନ୍ଦ୍ବ ଓ କୂଟନୈତିକ ସ୍ତରକୁ ହାଇଲାଇଟ୍ କରିଛନ୍ତି । ଭାରତ ପାକିସ୍ତାନର ଛଳନାର ଶିକାର ହୋଇଛି ବୋଲି ବିଶ୍ବ ସ୍ତରରେ ଭାରତ ଏହାକୁ ଦର୍ଶାଇଥିଲା । ଏହାସହ ଶିମଲା ଚୁକ୍ତିକୁ ମଧ୍ୟ ଉଲ୍ଲଙ୍ଘନ ହୋଇଥିବା ବି ଦର୍ଶାଯାଇଥିଲା । ଆକ୍ରମଣକାରୀ କୌଣସି ଆତଙ୍କବାଦୀ ନୁହେଁ ବରଂ ପାକିସ୍ତାନୀ ସେନା ଥିଲା ବୋଲି ଜୋର ଦିଆଯାଇଥିଲା । ଏହି ଲକ୍ଷ୍ୟଗୁଡିକ ଭାରତୀୟ କୂଟନୈତିକ କର୍ପସ ଦ୍ବାରା ହାସଲ କରାଯାଇଥିଲା । ପରେ ଆମେରିକା ସରକାର, ୟୁରୋପୀୟ ୟୁନିଅନ୍ ଓ ଜି-8 ସମସ୍ତେ ପାକିସ୍ତାନ ଉପରେ ଚାକ ପକାଇଥିଲେ । ଏଲଓସିରେ ପଛକୁ ନହଟିଲେ ଅନ୍ତର୍ଜାତୀୟ ଚାପ ବୃଦ୍ଧି କରାଯିବା ନେଇ ଚେତାବନୀ ଦିଆଗଲା ।

ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କନଫରେନ୍ସ (ଓଆଇସି) ରେ ପାକିସ୍ତାନର ପାରମ୍ପାରିକ ସହଯୋଗୀମାନେ ମଧ୍ୟ ଭାରତ ବିରୋଧରେ ସଙ୍କଳ୍ପ ନେଇଥିଲେ । ଯେତେବେଳେ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଜୁଲାଇ 4, 1999 ରେ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କୁ ଭେଟିବା ପାଇଁ ୱାଶିଂଟନ ଯାଇଥିଲେ, ସେତେବେଳେ ପାକିସ୍ତାନ ବିନା ଅନ୍ତର୍ଜାତୀୟ ସହଯୋଗରେ ଫେରିଥିଲା ।

ପରେ ଜେନେରାଲ ପରଭେଜ ମୁଶାରଫ ତାଙ୍କ ପୁସ୍ତକ ‘ଇନ୍ ଦି ଲାଇନ୍ ଅଫ୍ ଫାୟାର’ରେ ସ୍ବୀକାର କରିଛନ୍ତି ଯେ କୂଟନୈତିକ ଦୃଷ୍ଟିରୁ ପାକିସ୍ତାନକୁ ପୃଥକ କରିବା ପାଇଁ ଭାରତର ପ୍ରୟାସ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଅବନତି ଘଟାଇଛି।

ଏହି କୂଟନୈତିକ ଖେଳର ମୁଖ୍ୟ ନାୟକ-

ବାଜପେୟୀ ଶାନ୍ତ ରହିଲେ ଓ କାରଗିଲରୁ ପାକିସ୍ତାନକୁ ବିଦା କରିବା ଲକ୍ଷ୍ୟରେ ନିରନ୍ତର ଧ୍ୟାନ ଦେଲେ । ଜାତୀୟ ସୁରକ୍ଷା ପରାମର୍ଶଦାତା ବ୍ରଜେଶ ମିଶ୍ର ନିଶ୍ଚିତ କରିଥିଲେ ଯେ କାରଗିଲରେ ପାକିସ୍ତାନକୁ ପରାସ୍ତ କରିବାର ଜାତୀୟ ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ଭାରତୀୟ ଅନୁଷ୍ଠାନ ସୁସଂଗତ ଭାବରେ କାର୍ଯ୍ୟ କରିବେ ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଜଶୱନ୍ତ ସିଂ ସମ୍ମୁଖରେ ରହି କୂଟନୈତିକ ପ୍ରୟାସର ନେତୃତ୍ବ ନେଇଥିଲେ । ବୈଦେଶିକ ସଚିବ କେ ରଘୁନାଥ ପାକିସ୍ତାନର ଦାୟିତ୍ବହୀନତାକୁ ସାମ୍ନାକୁ ଆଣିବା ପାଇଁ ଭାରତର କୂଟନୈତିକ ଯୁକ୍ତିକୁ ତୀକ୍ଷ୍ଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.