ETV Bharat / bharat

ଦିଲ୍ଲୀରେ 4 ଜିଲ୍ଲାର ମଦ ଦୋକାନରେ ପଡିଲା ସଟର

ଦିଲ୍ଲୀରେ 4 ଜିଲ୍ଲାର ମଦ ଦୋକାନରେ ପଡିଲା ସଟର । ସୋମବାର କିଛି ସ୍ଥାନରେ ମଦ ଦୋକାନ ଖୋଲିବା ପରେ ସ୍ଥାନୀୟ ଲୋକେ ନିୟମ ଉଲଙ୍ଘନ କରିବା ପରେ ବନ୍ଦ ହୋଇଛି ଦୋକାନ । ଅଧିକ ପଢନ୍ତୁ...

author img

By

Published : May 4, 2020, 9:22 PM IST

Hours After They Open, Some Delhi Liquor Shops Closed After Large Crowds
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ମାର୍ଚ୍ଚ ଶେଷ ସପ୍ତାହରୁ ବନ୍ଦ ଥିବା ମଦ ଦୋକାନ ସୋମବାର ହଠାତ ଖୋଲିବା ପରେ ଦୋକାନ ଆଗରେ ଜମିଥିଲା ପ୍ରବଳ ଭିଡ । ଲକଡାଉନ ସତ୍ତ୍ବେ ରାଜଧାନୀର କିଛି ସ୍ଥାନରେ ମଦ ଦୋକାନ ଖୋଲିବା ନେଇ ସରକାର ଅନୁମତି ଦେବା ପରେ ଅବସ୍ଥା ନକହିବା ଭଲ । ଲୋକେ ଏଠାରେ ସାମାଜିକ ଦୂରତା ମାନିବା ତ ଦୂରର କଥା ପ୍ରବଳ ଭିଡ ଜମେଇ ଆଗେ ମଦ ନେବାକୁ ଚେଷ୍ଟା କରୁଛନ୍ତି ।

ତେବେ ଦିଲ୍ଲୀର କିଛି ସ୍ଥାନରେ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଚ୍ଚ କରିବା ସହ ମଦ ଦୋକାନର ସଟର ବନ୍ଦ କରିଦେଇଥିଲା । ଏଭଳି ରାଜଧାନୀର ପ୍ରାୟ 4ଟି ଜିଲ୍ଲାରେ ସୋମବାର ସକାଳେ ଖୋଲାଯାଇଥିବା ମଦ ଦୋକାନ ପୁଣି ବନ୍ଦ କରାଯାଇଛି ।

ସରକାରୀ ନିୟମ ଅନୁସାରେ ସରକାରୀ ମଦ ଦୋକନ ସକାଳ 9ଟାରେ ଖୋଲାଯାଇ ସଂଧ୍ୟା 6.30ରେ ବନ୍ଦ କରାଯିବ । ସାମାଜିକ ଦୂରତ୍ବ ରକ୍ଷାକରି ଲୋକେ ଧାଡିରେ ଆସି ମଦ କିଣିପାରିବେ । କିନ୍ତୁ କେହି ଏପରି ନିୟମର ପାଳନ କରୁନଥିବା ଦେଖାଯାଇଛି । ଦିଲ୍ଲୀ କରୋଲବାଗ, ଦରୟାଗଞ୍ଜ ଏବଂ ଡିବି ଗୁପ୍ତା ରୋଡ ଅଞ୍ଚଳରେ ମଦ ଦୋକାନରେ ସକାଳୁ ଜମିଥିଲା ଲୋକଙ୍କ ଭିଡ । ଫଳରେ ଭିଡ ଏତେ ବଢିଯାଇଥିଲା ଯେ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଗଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.