ETV Bharat / bharat

'ବିଧାନସଭା ତାରିଖ ସ୍ପଷ୍ଟ ହେବାପରେ ରାଜ୍ୟରେ ଘୋଡା ବେପାର ହାର ବୃଦ୍ଧି ପାଇଛି'

author img

By

Published : Jul 31, 2020, 12:13 PM IST

ବୁଧବାର ବିଧାନସଭା ଅଧିବେଶନ ପାଇଁ ତାରିଖ ଚୁଡାନ୍ତ ହେବାପରେ ରାଜସ୍ଥାନରେ ଘୋଡା ବେପାର ହାର ଅଧିକ ବୃଦ୍ଧି ପାଇଛି ବୋଲି ଗେହଲଟ କହିଛନ୍ତି ।

ଗେହଲଟ
ଗେହଲଟ

ଜୟପୁର: ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର ଗେହଲଟ ସରକାରଙ୍କ ବିଧାନସଭା ଅଧିବେଶନ ଡକାଇବା ପ୍ରସ୍ତାବକୁ ସ୍ଵୀକାର କରିଛନ୍ତି। ସେପଟେ ଏହାକୁ ନେଇ ବିଦ୍ରୋହୀ ସଚିନ ପାଇଲଟଙ୍କ ଗୋଷ୍ଠୀକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ବୁଧବାର ବିଧାନସଭା ଅଧିବେଶନ ପାଇଁ ତାରିଖ ଚୁଡାନ୍ତ ହେବାପରେ ରାଜସ୍ଥାନରେ ଘୋଡା ବେପାର ହାର ଅଧିକ ବୃଦ୍ଧି ପାଇଛି ବୋଲି ଗେହଲଟ କହିଛନ୍ତି ।

ଗେହଲଟ ଗୁରୁବାର ଫେୟାରମେଣ୍ଟ ହୋଟେଲରେ ଥିବା ବିଧାୟକଙ୍କ ସହ ସାକ୍ଷାତ କରିଥିଲେ । ଏହା ସହିତ ସେମାନଙ୍କୁ ଅଗଷ୍ଟ 14 ପର୍ଯ୍ୟନ୍ତ ହୋଟେଲରେ ରହିବାକୁ ପଡିବ ବୋଲି ସେ କହିଥିଲେ । ତେବେ ହୋଟେଲରୁ ବାହାରିବାର କିଛି ସମୟ ପରେ ଗେହଲଟ ଏକ ଭିନ୍ନ ମନୋଭାବରେ ଦେଖାଯାଉଥିଲେ । ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଥିଲେ, ବିଧାନସଭା ଅଧିବେଶନ ପାଇଁ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ଘୋଡା ବେପାର ହାର ବୃଦ୍ଧି ପାଇଛି । ଏହାପୂର୍ବରୁ ବିଧାୟକଙ୍କୁ କିଣିବା ପାଇଁ ଦର 10 କୋଟି ଟଙ୍କା ଥିଲା । କିନ୍ତୁ ବର୍ତ୍ତମାନ ଏହା 15 କୋଟିକୁ ପହଞ୍ଚିଛି । ତଥାପି ଏହା ଅସୀମିତ ହେବାକୁ ଯାଉଛି ବୋଲି ଗେହଲଟ କହିଛନ୍ତି ।

ସେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କୁ ମଧ୍ୟ ଟାର୍ଗେଟ କରି ବିଜେପିର ଆଦେଶରେ ସେ ଏହି ଆଭିମୁଖ୍ୟ ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.