ETV Bharat / bharat

ଭାରତ ଗସ୍ତ ପୂର୍ବରୁ ଟ୍ବିଟରରେ ମୋଦିଙ୍କ ସହ ଫଟୋ ସେୟାର କଲେ ଇଭାଙ୍କା - ଇଭାଙ୍କା ଟ୍ରମ୍ପ

ଭାରତ ଗସ୍ତ ପୂର୍ବରୁ ବେଶ ଉତ୍ସାହିତ ରହିଛନ୍ତି ଟ୍ରମ୍ପଙ୍କ ଝିଅ ଇଭାଙ୍କା । ମୋଦିଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

ଭାରତ ଗସ୍ତ ପୂର୍ବରୁ ଟ୍ବିଟରରେ ମୋଦିଙ୍କ ସହ ଫଟୋ ସେୟାର କଲେ ଇଭାଙ୍କା

author img

By

Published : Feb 23, 2020, 9:39 PM IST

ହାଇଦ୍ରାବାଦ: ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଭାରତରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାର । ନିଜର ଏହି ଭାରତ ଯାତ୍ରାକୁ ନେଇ ବେଶ ଉତ୍ସାହିତ ରହିଛନ୍ତି ଟ୍ରମ୍ପ ପରିବାର । ଭାରତ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ବିଟ କରି ମୋଦିଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି ।

ଭାରତ ଗସ୍ତ ପୂର୍ବରୁ ଟ୍ବିଟରରେ ମୋଦିଙ୍କ ସହ ଫଟୋ ସେୟାର କଲେ ଇଭାଙ୍କା
ଭାରତ ଗସ୍ତ ପୂର୍ବରୁ ଟ୍ବିଟରରେ ମୋଦିଙ୍କ ସହ ଫଟୋ ସେୟାର କଲେ ଇଭାଙ୍କା

ଇଭାଙ୍କା ନିଜ ଟ୍ବିଟରେ ଲେଖିଛନ୍ତି ଯେ ଦୁଇ ବର୍ଷ ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ସହ ହାଇଦ୍ରାବାଦରେ ଆୟୋଜିତ ଗ୍ଲୋବାଲ ଏଣ୍ଟ୍ରେପ୍ରେନ୍ୟୁରସିପ ଶିଖର ବୈଠକରେ ଯୋଗଦେବା ପରେ ଏବେ ପୁଣି ଥରେ ରାଷ୍ଟ୍ରପତି ଟ୍ରମ୍ପ ଓ ଆମେରିକାର ପ୍ରଥମ ମହିଳା ମେଲାନିଆଙ୍କ ସହ ଭାରତ ଫେରିବାକୁ ମୁଁ ଉତ୍ସାହିତ ରହିଛି । ଅଷ୍ଟମ ଗ୍ଲୋବାଲ ଏଣ୍ଟ୍ରେପ୍ରେନ୍ୟୁରସିପ ଶିଖର ବୈଠକରେ ଆମେରିକା ପ୍ରତିନିଧିମଣ୍ଡଳର ନେତୃତ୍ବ ନେଇଥିଲେ ଇଭାଙ୍କା ଟ୍ରମ୍ପ।

ତେବେ କିଛି ସମୟ ପୂର୍ବରୁ ରବିବାର ଭାରତ ଯାତ୍ରା ପାଇଁ ସ୍ବତନ୍ତ୍ର ବିମାନ ଏୟାରଫୋର୍ସ ଓ୍ବାନ ଯୋଗେଁ ଉଡାଣ ଭରିଛନ୍ତି ଟ୍ରମ୍ପ ପରିବାର । ସୋମବାର ଦିନ 11.40ରେ ଏହି ଫ୍ଲାଇଟ ଅହମଦାବାଦ ବିମାନ ବନ୍ଦରରେ ଅବତରଣ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.