ETV Bharat / bharat

ଏନପିଆର ବିରୋଧରେ ଛତିଶଗଡ ସରକାର

author img

By

Published : Feb 19, 2020, 8:44 PM IST

କେରଳ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ପରେ ବର୍ତ୍ତମାନ ଛତିଶଗଡ ସରକାର ଏନପିଆର ଲାଗୁ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

homeminister of chhatishgarh
ଫାଇଲ ଫଟୋ

ରାୟପୁର: କେରଳ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ପରେ ବର୍ତ୍ତମାନ ଛତିଶଗଡ ସରକାର ଏନପିଆର ଲାଗୁ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଛତିଶଗଡର ଗୃହମନ୍ତ୍ରୀ ତାମ୍ରଧ୍ବଜ ସାହୁ ରାଷ୍ଟ୍ରିୟ ଜନସଂଖ୍ୟା ରେଜିଷ୍ଟର ବା ଏନପିଆରକୁ ବିରୋଧ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି,‘ ଏନପିଆର ବିରୋଧରେ ହସ୍ତାକ୍ଷର କରିବା ପ୍ରଥମ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ’ ।

homeminister of chhatishgarh
ଫଟୋ ସୌଜନ୍ୟ: @ANI

ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ଏନଆରସି ଓ ଏନପିଆର ସହ ଯୋଡି କଂଗ୍ରେସ ସମେତ ଅନ୍ୟଦଳ ଓ ସଙ୍ଗଠନ ଏହାର ବିରୋଧ କରୁଛନ୍ତି । ଦିଲ୍ଲୀର ଶାହିନବାଗରେ ମଧ୍ୟ ଏହାକୁ ନେଇ ପ୍ରତିବାଦ ଦେଖିବାକୁ ମିଳିଛି । ଆଜି(ବୁଧବାର) ଚେନ୍ନାଇ ସମେତ ତାମିଲନାଡୁର ଅନେକ ପ୍ରମୁଖ ସହରରେ ସିଏଏ, ଏନଆରସି ଓ ଏନପିଆର ବିରୋଧରେ ପ୍ରଦର୍ଶନ କରୁଥିବାର ନଜର ଆସିଛନ୍ତି ।

ଅନ୍ୟପକ୍ଷେ ଶାସକ ଦଳ ବିଜେପି ସ୍ପଷ୍ଟ କରିଛି ଯେ, ଏନସିଆର ସହ ଏନପିଆର ଓ ଏନଆରସିର କୌଣସି ସମ୍ବନ୍ଧ ନାହିଁ । ଦଳର କହିବାନୁସାରେ, ମନମୋହନ ସିଂହଙ୍କ ନେତୃତ୍ବରେ 1 ଅପ୍ରିଲ 2010ରୁ 30 ସେପ୍ଟେମ୍ବର 2010 ଯାଏଁ ଏନପିଆର ପ୍ରସ୍ତୁତ ପାଇଁ ନିର୍ଣ୍ଣୟ ନିଆଯାଇଥିବା ବେଳେ ଏବେ ଏହାକୁ କାହିଁକି ବିରୋଧ କରାଯାଉଛି ।

ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.