ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରକୁ ନେଇ ମଙ୍ଗଳବାର ଗୃହ ମନ୍ତ୍ରାଳୟର ଏକ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି । ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସରକାରଙ୍କ ସଚିବ ସ୍ତରର ସମସ୍ତ ଅଧିକାରୀ ସାମିଲ ହେବେ ।
ଜାମ୍ମୁ ଓ କାଶ୍ମୀରର ପୁର୍ନଗଠନ ଆକ୍ଟ 2019କୁ ଲାଗୁ କରିବାକୁ ନେଇ ଏହି ବୈଠକ ହେଉଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଜାମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କାଶ୍ମୀର ଗସ୍ତକୁ ନେଇ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କଡା ଜବାବ ଦେଇଛନ୍ତି । ରାହୁଲ କାଶ୍ମୀର ଆସିବାକୁ ସର୍ତ୍ତ ରଖିଥିବା ବେଳେ ଏହା ଖାରଜ ହୋଇ ଯାଇଥଲା ବୋଲି ସତ୍ୟପାଲ କହିଛନ୍ତି ।
କାଶ୍ମୀରର ବର୍ତ୍ତମାନ ସ୍ଥିତିକୁ ଦେଖି ମଲିକ କହିଛନ୍ତି ଯେ ଆଗରୁ ଯେବେ ବି କିଛି ସଙ୍କଟ ଦେଖା ଦେଇଛି ସେବେ 15 ଦିନରେ 100 ଲୋକଙ୍କ ମୃତ୍ୟ ହୋଇଯାଉଥିଲା । କାଶ୍ମୀର ବାସୀଙ୍କ ଜୀବନ ଅମୁଲ୍ୟ ବୋଲି ସତ୍ୟପାଲ କହିଛନ୍ତି ।