ETV Bharat / bharat

ରାଜୀବ ଗାନ୍ଧୀ ଫାଉଣ୍ଡେସନର ଯାଞ୍ଚ କରିବ ଗୃହମନ୍ତ୍ରଣାଳୟର ସ୍ବତନ୍ତ୍ର କମିଟି

author img

By

Published : Jul 8, 2020, 11:52 AM IST

ରାଜୀବ ଗାନ୍ଧୀ ଫାଉଣ୍ଡେସନ ଫଣ୍ଡକୁ ନେଇ କ୍ରମାଗତ ଭାବେ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ଗୃହ ମନ୍ତ୍ରଣାଳୟ ଦ୍ବାରା ଏକ କମିଟି ଗଠନ କରାଯାଇଛି । ଏହି କମିଟି ଫାଉଣ୍ଡେସନର ଫଣ୍ଡିଂ ଓ ଏହା ଦ୍ବାରା ହୋଇଥିବା ଉଲ୍ଲଂଘନ ଗୁଡିକର ଯାଞ୍ଚ କରିବ । ଅଧିକ ପଢନ୍ତୁ...

 ରାଜୀବ ଗାନ୍ଧୀ ଫାଉଣ୍ଡେସନ
ରାଜୀବ ଗାନ୍ଧୀ ଫାଉଣ୍ଡେସନ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ଫାଉଣ୍ଡେସନ ଫଣ୍ଡକୁ ନେଇ କ୍ରମାଗତ ଭାବେ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ଗୃହ ମନ୍ତ୍ରଣାଳୟ ଦ୍ବାରା ଏକ କମିଟି ଗଠନ କରାଯାଇଛି । ଏହି କମିଟି ଫାଉଣ୍ଡେସନର ଫଣ୍ଡିଂ ଓ ଏହା ଦ୍ବାରା ହୋଇଥିବା ଉଲ୍ଲଂଘନ ଗୁଡିକର ଯାଞ୍ଚ କରିବ । ଏହି କମିଟିର ସ୍ବତନ୍ତ୍ର ନିର୍ଦ୍ଦେଶକ (ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ) ସିମାଞ୍ଚଲ ଦାସଙ୍କ ନେତୃତ୍ବରେ ପରିଚାଳିତ ହେବ।

ବୁଧବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ ଏକ ଟ୍ବିଟରେ କହିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛି । ଏହା ରାଜୀବ ଗାନ୍ଧୀ ଫାଉଣ୍ଡେସନ, ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟର ଯାଞ୍ଚ କରିବ। ଏହି ଅନୁସନ୍ଧାନରେ PMLA ଅଧିନିୟମ, ଆୟକର ଅଧିନିୟମ, FCRA ଅଧିନିୟମର ଉଲ୍ଲଂଘନ ହୋଇଛି କି ନାହିଁ, ତାହାର ଯାଞ୍ଚ କରାଯିବ। ଏହି କମିଟିର ନେତୃତ୍ବ ନେବେ ଇଡିର ସ୍ବତନ୍ତ୍ର ନିର୍ଦ୍ଦେଶକ।

ପ୍ରକାଶଥାଉକି, ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କୁ ଲଗାତାର ଆକ୍ରମଣ କରିଚାଲିଛି । ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ମଧ୍ୟ କଂଗ୍ରେସକୁ ଘେରିଛି । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ ଅଭିଯୋଗ କରିଥିଲେ ଯେ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚୀନରୁ ଆର୍ଥିକ ସହାୟତା ନେଉଥିଲା।

ଏହା ବ୍ୟତୀତ ୟୁପିଏ ସରକାର ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଦେଶ ପାଇଁ ନିର୍ମାଣ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଟଙ୍କା ମଧ୍ୟ ଦେଇଛନ୍ତି। ବିଜେପି ଅଭିଯୋଗ କରିଛି ଯେ 2005-08 ପର୍ଯ୍ୟନ୍ତ ରାଜୀବ ଗାନ୍ଧୀ ଫାଉଣ୍ଡେସନ PMNRF ରୁ ଏହି ରାଶି ପାଇଛି। ଅନ୍ୟପକ୍ଷେ କଂଗ୍ରେସ ଏହି ଅଭିଯୋଗକୁ ଅସ୍ବୀକାର କରିଛି । ରାଜୀବ ଗାନ୍ଧୀ ଫାଉଣ୍ଡେସନ ଦେଶର ଫାଉଣ୍ଡେସନ, ଏଥିରେ ଲୋକଙ୍କ ହିତ ପାଇଁ ହିଁ କାମ ହେଇଛି ବୋଲି କଂଗ୍ରେସ କହିଛି । କଂଗ୍ରେସ କହିଛି ଯେ 2005-06 ମସିହାରେ ରାଜୀବ ଗାନ୍ଧୀ ଫାଉଣ୍ଡେସନ PMNRF ରୁ 20 ଲକ୍ଷ ଟଙ୍କା ପାଇଥିଲା । ଏହି ଅର୍ଥ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ରିଲିଫ କାମରେ ବ୍ୟବହୃତ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.