ETV Bharat / bharat

ଘାଟିରେ ଫେରୁଛି ଶାନ୍ତି; ଜମ୍ମୁ କାଶ୍ମୀରରୁ ପ୍ରତ୍ୟାହାର ହେବେ 100 କମ୍ପାନୀ ଫୋର୍ସ - କାଶ୍ମୀରରୁ ପ୍ରତ୍ୟାହାର ହେବେ 100 କମ୍ପାନୀ ଫୋର୍ସ

ସୀମାରେ ଧୀରେ ଧୀରେ ଫେରୁଛି ସ୍ବାଭାବିକ ସ୍ଥିତି । ଏହାକୁ ଆହୁରି ସ୍ବାଭାବିକ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନେଇଛି ବଡ ନିଷ୍ପତି । ପଢନ୍ତୁ କଣ ସମ୍ପୂର୍ଣ୍ଣ ଖବର କଣ ସେହି ନିଷ୍ପତି ...

ଘାଟିରେ ଫେରୁଛି ଶାନ୍ତି
ଘାଟିରେ ଫେରୁଛି ଶାନ୍ତି
author img

By

Published : Aug 19, 2020, 10:05 PM IST

ନୂଆଦିଲ୍ଲୀ: କେନ୍ଦ୍ରଗୃହ ମନ୍ତ୍ରଣାଳୟ ଆଜି ( ବୁଧବାର) ଜାମ୍ମୁ କାଶ୍ମୀରକୁ ନେଇ ବଡ ନିଷ୍ପତି ନେଇଛି । ନିଷ୍ପତି ଅନୁସାରେ ଜମ୍ମୁ କାଶ୍ମୀରରେ ମୁତୟନ ଥିବା କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ମଧ୍ୟରୁ 100 କମ୍ପାନୀଙ୍କୁ ତୁରନ୍ତ ଫେରାଇ ଆଣିବ । ଯେଉଁଥିରେ ସିଆରପିଏଫର 40 ବିଏସଏଫର 20 ଏସଏସବିର 20 ଓ ସିଆଇଏସଏଫର 20 କମ୍ପାନୀ ଅଛନ୍ତି ।

PHOTO
ଘାଟିରେ ଫେରୁଛି ଶାନ୍ତି; ଜାମ୍ମୁ କାଶ୍ମୀରରୁ ପ୍ରତ୍ୟାହାର ହେବେ 100 କମ୍ପାନୀ ଫୋର୍ସ

କେନ୍ଦ୍ରଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ କାଶ୍ମୀରରୁ 100 କମ୍ପାନୀ ସାମରିକ ବଳଙ୍କୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରୀୟ ଆର୍ମ ପୋଲିସ ଫୋର୍ସର ସମୀକ୍ଷା ପରେ ନିଷ୍ପତି ହୋଇଛି ।

ପ୍ରତ୍ଯାହାର ହେବାକୁ ଥିବା ସମସ୍ତ ଯବାନଙ୍କୁ ସେମାନଙ୍କ ଅବସ୍ଥାପିତ ରାଜ୍ୟକୁ ପଠାଇ ଦିଆଯିବ । ଗତବର୍ଷ ଅଗଷ୍ଟ 5 ରେ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପୂର୍ବରୁ କେନ୍ଦ୍ର ସରକାର ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବିପୁଳ ପରିମାଣର ସୁରକ୍ଷା ବଳ ନିୟୋଜିତ କରିଥିଲେ ।

ଗୃହମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଚଳିତ ସପ୍ତାହରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ବା (ସିଆରପିଏଫ)ର 40 କମ୍ପାନି, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଫ) ସୀମା ସୁରକ୍ଷା ବଳ ( ବିଏସଏଫ) ଓ ସଶସ୍ତ୍ର ସୀମା ସୁରକ୍ଷା ବଳ ( ଏସଏସବି) ର 20 କମ୍ପାନୀ ଲେଖାଏଁ ଯବାନଙ୍କୁ ପ୍ରତ୍ୟାହାର କରାଯିବ ।

ସୂଚନାଯୋଗ୍ୟଯେ ଏହା ପୂର୍ବରୁ ମଧ୍ୟ କମ୍ପାନୀ ଯବାନଙ୍କୁ ପ୍ରତ୍ୟାହର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.