ଗାନ୍ଧୀନଗର: ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଗୁଜୁରାଟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ପ୍ରାୟ 134 କୋଟି ଟଙ୍କା ବ୍ୟୟରେ ନିର୍ମାଣ ବିଭିନ୍ନ ପ୍ରକଳ୍ପର ଭିଡିଓ କନଫରେନ୍ସ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି ଅମିତ ଶାହା ।
ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । କିପରି ଏହି ନୂତନ ପ୍ରକଳ୍ପ ଗୁଡ଼ିକ ସ୍ବଳ୍ପ ସମୟ ମଧ୍ୟରେ ନିର୍ମାଣ ହେବା ସହ ଶୀଘ୍ର କାଯ୍ୟକ୍ଷମ ହେବ, ସେନେଇ ମଧ୍ୟ ଉପସ୍ଥିତି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ