ETV Bharat / bharat

ଶନିବାର ଶାହଙ୍କ ପୂର୍ବୋତ୍ତର ଗସ୍ତ - ଗୃହମନ୍ତ୍ରୀ ଅମିତ ଶାହ

26 ଡିସେମ୍ବର ଅର୍ଥାତ ଶନିବାର ଦୁଇ ଦିନିଆ ପୂର୍ବୋତ୍ତର ରାଜ୍ୟ ଗସ୍ତ କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ଶାହ ଗୌହାଟୀ ଓ ଇମ୍ଫାଲରେ ରହିବେ । ଅଧିକ ପଢନ୍ତୁ...

ଶନିବାର ଶାହଙ୍କ ପୂର୍ବୋତ୍ତର ଗସ୍ତ
ଶନିବାର ଶାହଙ୍କ ପୂର୍ବୋତ୍ତର ଗସ୍ତ
author img

By

Published : Dec 24, 2020, 6:03 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ଉପରେ ରହିଛି ବିଜେପିର ସମ୍ପୂର୍ଣ୍ଣ ଫୋକସ । ସେପଟେ ଆଗାମୀ ବର୍ଷ ପ୍ରାରମ୍ଭରେ ହେବାକୁ ଯାଉଛି ଆସାମ ନିର୍ବାଚନ । କମ୍ୟୁନିଷ୍ଟ ପାର୍ଟିକୁ ଧରାଶାୟୀ କରି ପୂର୍ବୋତ୍ତରର ଦୁର୍ଗରେ ପ୍ରବେଶ କରିଥିବା ଭାରତୀୟ ଜନତା ପାର୍ଟି ପୂନର୍ବାର ରାଜ୍ୟରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଅଙ୍କ କଷିବାରେ ଲାଗିଛି । ଏହାରି ମଧ୍ୟରେ 26 ଡିସେମ୍ବର ଅର୍ଥାତ ଶନିବାର ପୂର୍ବୋତ୍ତର ରାଜ୍ୟ ଗସ୍ତ କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

26 ଓ 27 ଡିସେମ୍ବର ଦୁଇ ଦିନ ପୂର୍ବୋତ୍ତର ଗସ୍ତ କରିବେ ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ଶାହ ଗୌହାଟୀ ଓ ଇମ୍ଫାଲରେ ରହିବେ । ଶନିବାର ଆସାମରେ ଶାହ ସ୍ଥାନୀୟ ଜନଜାତି ସମୁହଙ୍କୁ ଭେଟିବା ସହ ମେଡିକାଲ କଲେଜର ଶିଳାନ୍ୟାସ ମଧ୍ୟ କରିବେ । ପରଦିନ ରବିବାର ଗୃହମନ୍ତ୍ରୀ ଇମ୍ଫାଲର ପୋଲିସ ମୁଖ୍ୟାଳୟର ନିର୍ମାଣ କାର୍ଯ୍ୟରେ ସାମିଲ ହେବେ ।

ଭାରତର ପୂର୍ବୋତ୍ତର ରାଜ୍ୟ ଗସ୍ତ ସମୟରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ସହ ଗୃହମନ୍ତ୍ରୀଙ୍କ ଭେଟ ହେବାର ସମ୍ଭାବନା ରହିଥିଲା । ହେଲେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ବିରେନ ସିଂହଙ୍କୁ ଆଇସୋଲେଟ କରାଯାଇଥିଲା । ଏହି କାରଣରୁ ଶାହଙ୍କ ଗସ୍ତ ତାରିଖରେ କରାଯାଇଥିଲା ପରିବର୍ତ୍ତନ । ସିଂହଙ୍କ ସମେତ ରାଜ୍ୟର ରାଜ୍ୟପାଳ ନଜମା ହେପତୁଲ୍ଲା ଓ ଅନେକ ବିଜେପି ନେତା ମନ୍ତ୍ରୀଙ୍କୁ ସାକ୍ଷାତ କରିବେ ।

ସେପଟେ ଗଣମାଧ୍ୟର ଚର୍ଚ୍ଚା ଅନୁଯାୟୀ ଶାହ ଓ ବିରେନ ସିଂହଙ୍କ ମଧ୍ୟରେ ଇଣ୍ଡୋ-ନାଗା ଶାନ୍ତା ବାର୍ତ୍ତା ଉପରେ ମଧ୍ୟ ଚର୍ଚ୍ଚା ହୋଇପାରେ । ଏହା ବ୍ୟତୀତ ଷଷ୍ଠ ଅନୁଛେଦରେ ସଂଶୋଧନ, ମଣିପୁର ଭୂମିସୁଧାର ଓ ରାଜସ୍ବ ଅଧିନିୟମ, ଉଗ୍ରବାଦ, ମଣିପୁର ବିଜେପି ସଂଗଠନରେ ପରିବର୍ତ୍ତନ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.