ନୂଆଦିଲ୍ଲୀ: ଦେଶର ଏକତା ଏବଂ ସୁରକ୍ଷା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରାଯିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଭାରତର ପରିଚୟକୁ ବିଦେଶରେ ପ୍ରତିପାଦିତ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ରବିବାର ହୋଷ୍ଟନର ‘ହାଓଡ଼ି ମୋଦି’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ପରେ ଟ୍ବିଟ୍ ଯୋଗେ ଏପରି କହିଛନ୍ତି ଶାହା।
ମୋଦିଙ୍କ ନେତୃତ୍ବକୁ ଧନ୍ୟବାଦ । ସାରା ବିଶ୍ବ ଆଜି ଭାରତ ସହ ଛିଡ଼ା ହୋଇଛି । ଆତଙ୍କଦବାଦକୁ ମୂଳୋତ୍ପାଟନ କରିବା ପାଇଁ ଭାରତର ହାତ ଧରିଛି ସମସ୍ତ ଦେଶ । ସମଗ୍ର ବିଶ୍ବରେ ମୋଦିଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ବଢିବାରେ ଲାଗିଛି ଯାହା ଦେଶର ଗର୍ବ ଏବଂ ସମ୍ମାନ ବୋଲି କହିଛନ୍ତି ଗୃହମନ୍ତ୍ରୀ।
ଆମେରିକାର ଏନଆରଜି ଷ୍ଟାଡ଼ିୟମରେ ଆୟୋଜିତ ହୋଇଛି ଏହି ବିଶାଳ ସମାବେଶ । 50 ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ଭାରତୀୟଙ୍କ ଯୋଗଦାନ । ବିଦେଶ ମାଟିରେ ପ୍ରଧାନମନ୍ତ୍ରୀଙ୍କ ଏପରି ବୃହତ ଜନସଭା । ପୁଣି ଗୋଟିଏ ମଞ୍ଚରେ ବିଶ୍ବର ଦୁଇ ପ୍ରମୁଖ ନେତା ମୋଦି-ଟ୍ରମ୍ପଙ୍କ ଉପସ୍ଥିତି ସାରା ବିଶ୍ବରେ ସୃଷ୍ଟି କରିଛି କମ୍ପନ।