ETV Bharat / bharat

‘ଧାରା ୩୭୧ରେ କୌଣସି ପରିବର୍ତ୍ତନ କରିବେନି ମୋଦି ସରକାର’

ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟକୁ ଧାରା ୩୭୧ ଅନୁଯାୟୀ ମିଳୁଥିବା ସ୍ବତନ୍ତ୍ର ସୁବିଧାକୁ କେନ୍ଦ୍ର ସରକାର ଉଚ୍ଛେଦ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 8, 2019, 5:38 PM IST

ଗୌହାଟୀ: ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟକୁ ଧାରା ୩୭୧ ଅନୁଯାୟୀ ମିଳୁଥିବା ସ୍ବତନ୍ତ୍ର ସୁବିଧାକୁ ଉଚ୍ଛେଦ କରିବେ ନାହିଁ କେନ୍ଦ୍ର ସରକାର । ପୂର୍ବୋତ୍ତର ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା 371 ର ଭାରତୀୟ ସମ୍ବିଧାନରେ ବିଶେଷ ସ୍ଥାନ ରହିଛି । ଯାହାକୁ ବିଜେପି ସରକାର ସମ୍ମାନ ଜଣାଉଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି) ର ଚୁଡାନ୍ତ ତାଲିକା ପ୍ରକାଶ ପାଇବା ପରେ ରବିବାର ପ୍ରଥମ ଥର ପାଇଁ ଆସାମ ଗସ୍ତ କରିଛନ୍ତି ଶାହ । ସେଠାରେ ସେ ୬୮ ତମ ଉତ୍ତର-ପୂର୍ବ ପରିଷଦରେ ଯୋଗ ଦେଇଛନ୍ତି । ତେବେ ଏଥିରେ ଉଦବୋଧନ ଦେଇ ଶାହ କହିଛନ୍ତି, ଭାରତୀୟ ସମ୍ବିଧାନରେ ଅନୁଚ୍ଛେଦ 371ର ସ୍ବତନ୍ତ୍ର ପ୍ରାବଧାନ ରହିଛି ଏବଂ ବିଜେପି ସରକାର ଏହାର ସମ୍ମାନ କରୁଛି । ବିଜେପି ସରକାର ଏଥିରେ କୌଣସି ପ୍ରକାର ପରିବର୍ତ୍ତନ କରିବେ ନାହିଁ ବୋଲି ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ଶାହ । ଅନୁଚ୍ଛେଦ ଅସ୍ଥାୟୀ ପ୍ରାବଧାନ ଥିଲା । କିନ୍ତୁ ଧାରା ୩୭୧ ଉତ୍ତର ପୂର୍ବ ଭାରତର ରାଜ୍ୟଗୁଡ଼ିକ ପାଇଁ ସ୍ବତନ୍ତ୍ର ସୁବିଧା ଯୋଗାଇ ଦେଉଛି। ତେଣୁ ଏହି ଦୁଇଟି ଯାକ ଧାରା ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ରହିଛି ବୋଲି ଶାହ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମହାଭାରତ ଯୁଦ୍ଧରେ ବବ୍ରୁବାହନ ହେଉ ଅବା ଘଟୋତ୍‌କଚ, ଉଭୟ ପୂର୍ବୋତ୍ତର ରାଜ୍ୟର ଥିଲେ । ଅର୍ଜୁନଙ୍କ ବିବାହ ମଧ୍ୟ ମଣିପୁରରେ ହୋଇଥିଲା । ଏପରିକି ଭଗବାନ ଶ୍ରୀକୃଷ୍ଣଙ୍କ ନାତିର ବିବାହ ମଧ୍ୟ ପୂର୍ବୋତ୍ତର ରାଜ୍ୟରେ ହୋଇଥିଲା ବୋଲି ଶାହ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାର ଧାରା 371 କୁ ମଧ୍ୟ ଉଚ୍ଛେଦ କରିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 370 ଭଳି 371କୁ ମଧ୍ୟ 1950, ଜାନୁଆରୀ 26 ରେ ଲାଗୁ କରାଯାଇଥିଲା । ଅନୁଚ୍ଛେଦ 371 ଉତ୍ତର-ପୂର୍ବ ଭାରତର 6 ରାଜ୍ୟ ସମେତ ଭାରତର 11 ରାଜ୍ୟରେ ଲାଗୁ ଅଛି । ଅନୁଚ୍ଛେଦ 371ର କେତେକ ପ୍ରାବଧାନ ଅଧିନରେ ଏହି ରାଜ୍ୟ ଗୁଡିକରେ ଅନ୍ୟ ଭାରତୀୟ ସମ୍ପତ୍ତି କିଣି ପାରିବେ ନାହିଁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.