ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଭାବେ ପାର୍ଟିକୁ ଏକ ନୂଆ ଉଚ୍ଚତାରେ ପହଞ୍ଚିଥିବା ଅମିତ ଶାହା ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଗୃହମନ୍ତ୍ରୀ ହୋଇସାରିଛନ୍ତି ।
ଗୃହମନ୍ତ୍ରୀ ପଦଭାର ସମ୍ଭାଳିବା ପରେ ଶାହା ଆକ୍ସନରେ ନଜର ଆସିଛନ୍ତି । ଶାହା ଦେଶର ଅନ୍ତରୀଣ ସୁରକ୍ଷା ଉପରେ ସମୀକ୍ଷା କରିବା ସହ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୁଇନ୍ଦା ବିଭାଗ ମୁଖ୍ୟ ଏବଂ ଗୃହ ସଚିବଙ୍କ ସମେତ ଅନେକ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଏଥିସହ ଶାହା ପଡୋଶୀ ସୀମାର ଗତିବିଧି ଉପରେ ଆଲୋଚନା କରିଛନ୍ତି ।
ଅନ୍ୟପକ୍ଷରେ ଗୃହମନ୍ତ୍ରୀ ଅର୍ଦ୍ଧସୈନିକ ବଳର ମହାନିର୍ଦ୍ଦେଶକଙ୍କ ସହ ମଧ୍ୟ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଶାହା ବିଏସଏଫ ମହାନିର୍ଦ୍ଦେଶକଙ୍କ ସହ ଭାରତ-ପାକିସ୍ତାନ ଓ ଭାରତ-ବାଂଲାଦେଶ ସୀମା ଉପରେ ଆଲୋଚନା କରିବା ସହ କାଶ୍ମୀର ଏବଂ ଅମରନାଥ ଯାତ୍ରାର ସୁରକ୍ଷାକୁ ନେଇ ସମୀକ୍ଷା କରିଛନ୍ତି ।