ETV Bharat / bharat

CAAକୁ ବିରୋଧ: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ଜେଏନୟୁ ଛାତ୍ର ସଂଗଠନର ଅଧ୍ୟକ୍ଷା - JNUSU

ଜେଏନୟୁ ଛାତ୍ର ସଂଗଠନ ଅଧ୍ୟକ୍ଷା ଐଶି ଘୋଷଙ୍କ ସାମ୍ବାଦିକ ସମ୍ମିଳନୀ । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି କେନ୍ଦ୍ର ଉପରେ ବର୍ଷିଲେ ଐଶି । ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଦୁଃର୍ଭାଗ୍ୟଜନକ ।

Centre must be held accounatble for militarising campuses
ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ଜେଏନୟୁ ଛାତ୍ର ସଂଗଠନର ଅଧ୍ୟକ୍ଷା
author img

By

Published : Dec 18, 2019, 1:15 PM IST

ନୂଆଦିଲ୍ଲୀ: ସିଏଏକୁ ନେଇ ହେଉଥିବା ଆନ୍ଦୋଳନ ଓ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରେସ କନଫରେନ୍ସ କରିଛନ୍ତି ଜବାହାର ଲାଲ୍ ନେହେରୁ ବିଶ୍ବବିଦ୍ୟାଳୟ ଛାତ୍ର ସଂଗଠନର ଅଧ୍ୟକ୍ଷା ଐଶି ଘୋଷ୍ । ଛାତ୍ରଛାତ୍ରୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ ମାତ୍ର ଦିଲ୍ଲୀ ପୋଲିସ ସେମାନଙ୍କ ସହ ହିଂସା କରିଥିବାର ସେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ଜେଏନୟୁ ଛାତ୍ର ସଂଗଠନର ଅଧ୍ୟକ୍ଷା

କେନ୍ଦ୍ର ସରକାର ଓ ଗୃହମନ୍ତ୍ରୀଙ୍କୁ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି । ଅହମ୍ମଦାବାଦରେ ଜଣେ ଛାତ୍ରଙ୍କୁ ପୋଲିସ ଚିହ୍ନଟ କରିଛି, ତାମିଲନାଡୁ ଓ ମହାରାଷ୍ଟ୍ରରେ ମଧ୍ୟ ସମାନ ଅବସ୍ଥା । ଦେଶର ସମସ୍ତ ଛାତ୍ରଛାତ୍ରୀ ବର୍ତ୍ତମାନ ପୋଲିସ, ଯବାନଙ୍କ ସହ ଲଢୁଛନ୍ତି ବୋଲି ସେ କହିଛନ୍ତି । ଏହାସହ ଜାମିୟା ମିଲିୟା ଇସଲାମିୟାରେ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ସେ ।

ଜେଏନୟୁ ସର୍ବଦା ଆନ୍ଦୋଳନ କରେ ବୋଲି କେନ୍ଦ୍ର କହିଥାଏ କିନ୍ତୁ ଏଥର ଉତ୍ତର-ପୂର୍ବଠାରୁ ଆରମ୍ଭ କରି ମୁମ୍ବାଇ, କେରଳ ଓ ଉତ୍ତରପ୍ରଦେଶରେ ମଧ୍ୟ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଛନ୍ତି ବୋଲି ଐଶି କହିଛନ୍ତି । କେବଳ ମୁସଲିମ୍ ବିଶ୍ବବିଦ୍ୟାଳୟ ନୁହେଁ ବରଂ ବନାରସ ହିନ୍ଦୁ ୟୁନିଭର୍ସିଟି, ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ, ଆଇଆଇଟି ବମ୍ବେ, ଆଇଆଇଟି ମାଦ୍ରାସ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ, ନୱଡା କଲେଜ ଆଦି ଆନ୍ଦୋଳନ କରୁଛନ୍ତି । ଏପରିକି ଆଇଆଇଏମ ବାଙ୍ଗାଲୋର, ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଅନ୍ୟପକ୍ଷେ କେନ୍ଦ୍ର ସରକାର ଜାମିୟା ଓ ଏଏମୟୁ ଛାଡି ବାକି 42ଟି ବିଶ୍ବବିଦ୍ୟାଳୟରେ ସ୍ଥିତିରେ ସୁଧାର ଆଣିବା ପାଇଁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସେ । ଯଦି ସରକାର ସିଏଏକୁ ରବ୍ଦ ନ କରନ୍ତି, ତେବେ ଆନ୍ଦୋଳନ ଜାରି ରହିବ ।

ସରକାର ସମସ୍ତ କଲେଜ ବନ୍ଦ କରି ଛାତ୍ରଛାତ୍ରୀଙ୍କୁ ମୁର୍ଖ କରିବାକୁ ଚାହୁଁଛନ୍ତି । ମୁର୍ଖ ହୋଇଗଲେ ଆଉ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବେ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଜେଏନୟୁ ଛାତ୍ର ସଂଗଠନର ଅଧ୍ୟକ୍ଷା ।

Intro:नागरिकता संशोधन कानून के खिलाफ छात्रों के विरोध प्रदर्शन पर जवाहरलाल नेहरु विश्वविद्यालय छात्र संघ की अध्यक्ष ऐशी घोष ने कहा है की देश भर के कई विश्वविद्यालय में CAA के खिलाफ विरोध प्रदर्शन हो रहे हैं और इसलिये सभी छात्रों की आवाज को मीडिया में जगह देना बहुत जरूरी है । ऐशी घोष ने कहा कि सिर्फ अल्पसंख्यक बहुल विश्वविद्यालयों में हो रहे विरोध प्रदर्शनों को दिखा कर मीडिया कहीं न कहीं मोदी सरकार के गलत अजेंडा को फैलाने में मदद ही कर रही है ।

Body:साथ ही जेएनयू छात्र संघ कि अध्यक्ष ने नॉर्थ ईस्ट के मुद्दों पर ज्यादा जोर देते हुए कहा कि वहाँ के छात्रों को दोहरी मार झेलनी पड़ी है और इसलिये उनके मुद्दों को प्रमुखता से उठाना जरूरी है ।
सरकार पर मुद्दों को नजर अंदाज करते हुए दूसरी तरफ लोगों का ध्यान भटकाने का आरोप लगाते हुए कहा कि अभी तक जेएनयू फीस वृद्धि का मामला सुलझा नहीं है और मानव संसाधन विकास मंत्रालय से मसला हल नहीं हो सका है । छात्र अभी भी वहाँ विरोध प्रदर्शन कर रहे हैं लेकिन उनको दबाया जा रहा है ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.