ପାଟନା: ବିହାର ମତ୍ସ୍ୟ ବିଭାଗ ପକ୍ଷରୁ ଏକ ନିଆରା ପଦକ୍ଷେପ ଆରମ୍ଭ ହୋଇଛି । ଏହା ଅନୁସାରେ ଏବେ ମାଛର ହୋମ ଡେଲିଭରୀ ହେଉଛି । ଏକ ଆପ୍ ଦ୍ବାରା ଅର୍ଡର କରିବା ପରେ କିଛି ଘଣ୍ଟା ମଧ୍ୟରେ ଘରେ ପହଞ୍ଚିଯାଉଛି ମାଛ ।
ସରକାରଙ୍କ ଏହି ପଦକ୍ଷେପ ଏବେ ଲୋକପ୍ରିୟ ହୋଇଛି । ଅନେକ ଲୋକ ଏହି ପଦ୍ଧତିରେ ମାଛ ଅର୍ଡର କରିଛନ୍ତି । ଏଥିପାଇଁ ଏକ ସ୍ବତନ୍ତ୍ର ଆପ୍ ତିଆରି କରିଛି ବିହାର ମତ୍ସ୍ୟ ବିଭାଗ । ଅର୍ଡରର 2ରୁ 3 ଘଣ୍ଟା ମଧ୍ୟରେ ବିନା ଡେଲିଭରୀ ଚାର୍ଜରେ ଏହି ମାଛର ହୋମ ଡେଲିଭର ହେଉଛି । ଏହି ଆପ୍ ନାମ ଡିଓଏଫ ରହିଛି ଏବଂ ଏହାଦ୍ବାରା ସତେଜ ମାଛ ପ୍ରଦାନ କରାଯାଉଥିବା ବିହାର କୃଷି ମନ୍ତ୍ରୀ ପ୍ରେମ କୁମାର କହିଛନ୍ତି ।
ବିହାରରେ ବର୍ତ୍ତମାନ କୋରୋନା କେସ 1579 ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ସରକାର ଲୋକଙ୍କୁ ଘରୁ ନବାହାରିବାକୁ ଲକଡାଉନ ଜାରି ରଖିଛନ୍ତି । ତେବେ ଏହା ଭିତରେ ଲୋକେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଏପରି ଏକ ବ୍ୟବସ୍ଥା ଆପଣେଇ ନେଇଛନ୍ତି ସରକାର । ଏହି ଅନଲାଇନ ଡେଲିଭରୀର ଚାହିଦା ମଧ୍ୟ ରହିଛି । ସମସ୍ତ କ୍ୟାସ କାରବାର ଅନଲାଇନ ହେଉଛି । ଗ୍ରାହକଙ୍କଠାରୁ କୌଣସି ଅର୍ଥ ଡେଲିଭରୀ ବେଳେ ଗ୍ରହଣ କରାଯାଉନାହିଁ । ସେହିପରି ଡେଲିଭରୀ ବୟ ମଧ୍ୟ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ସହ ଏହି ଅର୍ଡର ଡେଲିଭର କରୁଛି ।