ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ହଲିଉଡ ଅଭିନେତ୍ରୀ ପାମେଲା ଏଣ୍ଡରସନ । ସରକାରୀ ବୈଠକରେ କେବଳ ସ୍ବାଦିଷ୍ଟ ଶାକାହାରୀ ଭୋଜନ ଦେବା ପାଇଁ ପିପୁଲ ଫର ଦ ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ୍ସ(PETA)ର ନିର୍ଦ୍ଦେଶକ ମୋଦିଙ୍କୁ ଅନୁରୋଧ କରିଥିବା ଜଣାପଡିଛି ।
ଏହାସହ ସେ ଚିଠିରେ ଏମିତି ମଧ୍ୟ ଲେଖିଛନ୍ତି ଯେ 'ବୈଠକରେ ସ୍ବାଦିଷ୍ଟ ଶାକାହାରୀ ଭୋଜନ ପରଷି ଜଳବାୟୁ ପରିବର୍ତ୍ତନ ବିରୋଧରେ ଭାରତର ଲଢେଇର ନେତୃତ୍ବ ନିଅନ୍ତୁ' । ଆପଣଙ୍କ ଦେଶର ଉଦ୍ଭାବନ ଓ କୃଷିର ଇତିହାସରୁ ମୁଁ ଯେତିକି ଜାଣିଛି ସୋୟା ଓ ଅନ୍ୟ ବିଭିନ୍ନ ଖାଦ୍ୟ ଏହି ବିଷାକ୍ତ ଖାଦ୍ୟକୁ ପରିବର୍ତ୍ତନ କରିପାରିବ । ପେଟା ନିର୍ଦ୍ଦେଶକ ଅନ୍ୟ ଦେଶ ନ୍ୟୁଜିଲାଣ୍ଡ, ଚୀନ ଓ ଜର୍ମାନୀ ଭଳି ପ୍ରି ବିଗନ ପଦ୍ଧତି ଆପଣେଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହାସହ ସେ ମୋଦିଙ୍କୁ ଅନୁରୋଧ କରି କହିଛନ୍ତି ଆପଣ ଅନ୍ୟମାନଙ୍କୁ ଦେଖେଇ ଦିଅନ୍ତୁ ଯେ ଅନ୍ୟମାନଙ୍କୁ ମୁକାବିଲାରେ ଭାରତ ତାଙ୍କ ବରାବର ବା ତାଙ୍କଠୁ ଶ୍ରେଷ୍ଠ ।
ଜଳବାୟୁ ପରିବର୍ତ୍ତନ ଉପରେ ନିଜର ଚିନ୍ତା ପ୍ରକଟ କରି ଏହି 56 ବର୍ଷୀୟ ଅଭିନେତ୍ରୀ କହିଛନ୍ତି ଦିଲ୍ଲୀ ବାୟୁ ପ୍ରଦୂଷଣରେ ପ୍ରଭାବିତ ହେଉଥିବା ପ୍ରତ୍ୟେକ ଜୀବ ପାଇଁ ମୁ ଚିନ୍ତିତ । ସେଠାର ନିବାସୀଙ୍କ ସହ ସେହି ଜୀବମାନଙ୍କର ବି ଚିନ୍ତା ହେଉଛି, ଯେଉଁମାନେ ବାହାରକୁ ବାହାରିଲେ ମୁହଁରେ ମାସ୍କ ଲଗାଇପାରୁନାହାଁନ୍ତି କି ଭିତରେ ରହିପାରୁନାହାଁନ୍ତି ।