ନୂଆଦିଲ୍ଲୀ: କିଲର କୋରୋନା କାଳରେ କାଶ୍ମୀର ଘାଟି ଅଶାନ୍ତ । ସକ୍ରିୟ ହେଉଛନ୍ତି ଆତଙ୍କୀ । ଆକ୍ରମଣ କରିବାର ଷଡଯନ୍ତ୍ର ରଚୁଛନ୍ତି । ହେଲେ ଲଗାତାର ଉପତ୍ୟକାରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳୁଛନ୍ତି ହିଜବୁଲର ଟପ୍ କମାଣ୍ଡର । ଏପରିସ୍ଥଳେ ଘାଟିରେ ବଡ ଧରଣର ଆତଙ୍କୀ ଆକ୍ରମଣ କରିବା ପାଇଁ ପୁନର୍ବାର ମେଳି ବନ୍ଧୁଛି ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ । ଇଣ୍ଟେଲଜେଣ୍ଟ ଇନପୁଟ ରହିଛି ଯେ, ପୁନଃ ସଂଗଠିତ ହେଉଛି ହିଜବୁଲ୍ ଘାଟିରେ 10 ଦିନ ମଧ୍ୟରେ ବଡ ଧରଣର ଆତଙ୍କୀ ଆକ୍ରମଣ ଯୋଜନା ନେଇ ଚାଲିଛି ବ୍ଲୁ-ପ୍ରିଣ୍ଟ ।
ଗୁଇନ୍ଦା ସୂଚନା ଅନୁସାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି ହିଜବୁଲ । ସେମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବେ। ଲକ୍ଷ୍ୟ ରଖିଥିବା ଏଜେନ୍ସିମାନେ କହିଛନ୍ତି । ସେନାର ଅପରେସନ ପରେ ଘାଟିରେ ଦୁର୍ବଳ ହିଜବୁଲ ପୁନର୍ଗଠନ ହୋଇଥିବାରୁ ଏହାର ମୂଳ ଲକ୍ଷ୍ୟ କେବଳ ଉପତ୍ୟକାର ବିଭିନ୍ନ ସ୍ଥାନରେ ସୁରକ୍ଷା ବାହିନୀଙ୍କୁ ଆକ୍ରମଣ ନୁହେଁ, ବରଂ ଅସ୍ତ୍ରଶସ୍ତ୍ର ଲୁଟ୍ କରିବାକୁ ମଧ୍ୟ ଯୋଜନା କରିଛି।
ହିଜବୁଲର କାଶ୍ମୀର ପୋଷ୍ଟର ବଏ୍ କମାଣ୍ଡର ରିୟାଜ ନାଇକୁ ସେନା ଗୁଳିରେ ଚଳିତ ମାସ ପ୍ରାରମ୍ଭରେ ପ୍ରାଣ ହରାଇଥିଲା । ଏବେ ତାର ପ୍ରତିଶୋଧ ନେବା ପାଇଁ ହିଜବୁଲ୍ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଥିବା ଗୁଇନ୍ଦା ଇନପୁଟ ରହିଛି ।
ଗୁଇନ୍ଦା ଏଜେନ୍ସିମାନେ କହିଛନ୍ତି ଯେ ହିଜବୁଲ୍ ଘାଟିରେ ନୀରିହ ସାଧାରଣ ଯୁବକଙ୍କୁ ସଂଗଠନରେ ସାମିଲ କରିବା ପାଇଁ ପ୍ରୟାସ ଜାରି କରିବା ସହ କେତାକାଂଶରେ ସଫଳ ମଧ୍ୟ ହେଉଛନ୍ତି ।
ସୂତ୍ରରୁ ପ୍ରକାଶ ଯେ ଦକ୍ଷିଣ କାଶ୍ମୀରର ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ଏକ ଟିମ କିଶ୍ତୱାରରେ ପହଞ୍ଚିଛନ୍ତି ।
@IANS