ETV Bharat / bharat

ଗୁନା ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ: କଂଗ୍ରେସ ନେତା

author img

By

Published : Jul 17, 2020, 1:17 PM IST

ଗୁନା ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ନେତା ଦିପକ ସିଂ କହିଛନ୍ତି ।

guna incoident
ଗୁନା ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଇସ୍ତପା ଦେବା ଦରକାର

ଭୋପାଳ: ଗୁନା ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ନେତା ଦିପକ ସିଂ କହିଛନ୍ତି ।

ଏକ ଗଣମାଧ୍ୟମକୁ ସିଂ କହିଛନ୍ତି, ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିଥିଲେ ସେତେବେଳେ ସେ କହିଥିଲେ କୌଣସି ଜିଲ୍ଲାପାଳ ଏବଂ ଏସପି ତାଙ୍କ କଥା ଶୁଣିନାହାନ୍ତି । ମୋ ମତରେ ବର୍ତ୍ତମାନ ସିନ୍ଧିଆ ଜୀ କଥା ସମସ୍ତେ ଶୁଣୁଛନ୍ତି ଏବଂ ବିଜେପିର ଅସଲ ଚେହେରା ଗୁନା ଘଟଣାରେ ସାମ୍ନାକୁ ଆସିଛି ।

ଗୁନା ଘଟଣାରେ କିଛି ନିର୍ଦ୍ଧିଷ୍ଟ ଜାତିକୁ ଦଣ୍ଡ ଦିଆଯାଇଥିଲା ଯେକୌଣସି ଅଧିକାରୀଙ୍କୁ ଦଣ୍ଡ ଦିଆଯିବା ଯଥେଷ୍ଟ ନୁହେଁ । ଏହି ଘଟଣାରେ ବିଜେପି ସରକାର ଏବଂ ଶିବରାଜ ସିଂ ଚୌହାନ ଇସ୍ତଫା ଦେବା ସହ କ୍ଷମା ମାଗିବା ଉଚିତ୍ ।

ପ୍ରକାଶ ଥାଉକି, ମଧ୍ୟପ୍ରଦେଶର ଗୁନାରେ ପ୍ରଶାସନ ଚାଷୀଙ୍କ ଫସଲ ଉପରେ ଜେସିବି ମଡେଇ ଦେବାକୁ ଉଦ୍ୟମ କରୁଥିବା ବେଳେ ଚାଷୀ ପରିବାର ଏହାକୁ ପ୍ରତିବାଦ କରିଥିଲେ । ମାତ୍ର ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା ।

ଫସଲ ନଷ୍ଟ ଓ ଋଣ ପରିଶୋଧର ଜଟିଳ ସ୍ଥିତିରେ ଭାଙ୍ଗିପଡି ଚାଷୀ ଦମ୍ପତି କୀଟନାଶକ ପିଇଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହି ଘଟଣାକୁ ନେଇ ଜିଲ୍ଲାପାଳ, ଏସପି, ଗୁନା ରେଞ୍ଜର ଆଇଜିଙ୍କୁ ନିଲମ୍ବିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.