ETV Bharat / bharat

ନାଗା ବିଦ୍ରୋହ: ଦେଶ ମଧ୍ୟରେ ସ୍ବତନ୍ତ୍ର ଦେଶ ପାଇଁ ଦାବି - ନାଗା ବିଦ୍ରୋହ

ନାଗା ବିଦ୍ରୋହ ହେଉଛି ଭାରତର ସର୍ବ ପୁରାତନ ବିଦ୍ରୋହ। ନାଗା ପାହାଡରେ ବ୍ୟାପିଥିବା ଶହ ଶହ ଜନଜାତିଙ୍କୁ ନେଇ ବର୍ତ୍ତମାନର ନାଗାଲାଣ୍ଡ, ମଣିପୁର, ଅରୁଣାଚଳ ପ୍ରଦେଶ ଓ ଆସାମର କିଛି ଅଞ୍ଚଳ । ଆମ ପଡୋଶୀ ଦେଶ ମିଆଁମାରର ନାଗା ହିଲ୍ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ । ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ ଓ ମଣିପୁର- ଦି ଗ୍ରେଟର ନାଗାଲିମ୍ ଗଠନ କରିବା ପାଇଁ 1946 ପରଠାରୁ ଏକ ସଶସ୍ତ୍ର ବିପ୍ଳବ ଚଲାଇଛନ୍ତି।

ନାଗା ବିଦ୍ରୋହ
ନାଗା ବିଦ୍ରୋହ
author img

By

Published : Jul 12, 2020, 6:54 PM IST

ହାଇଦ୍ରାବାଦ: ନାଗା ବିଦ୍ରୋହ ହେଉଛି ଭାରତର ସର୍ବ ପୁରାତନ ବିଦ୍ରୋହ। ନାଗା ପାହାଡରେ ବ୍ୟାପିଥିବା ଶହ ଶହ ଜନଜାତିଙ୍କୁ ନେଇ ବର୍ତ୍ତମାନର ନାଗାଲାଣ୍ଡ, ମଣିପୁର, ଅରୁଣାଚଳ ପ୍ରଦେଶ ଓ ଆସାମର କିଛି ଅଞ୍ଚଳ । ଆମ ପଡୋଶୀ ଦେଶ ମିଆଁମାରର ନାଗା ହିଲ୍ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ । ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ ଓ ମଣିପୁର- ଦି ଗ୍ରେଟର ନାଗାଲିମ୍ ଗଠନ କରିବା ପାଇଁ 1946 ପରଠାରୁ ଏକ ସଶସ୍ତ୍ର ବିପ୍ଳବ ଚଲାଇଛନ୍ତି। ସେମାନଙ୍କର ପ୍ରାଥମିକ ଚାହିଦା ହେଉଛି ଗ୍ରେଟର ନାଗାଲିମର ସ୍ବୟଂଶାସିତ ଦେଶ ଗଠନ । ଯାହା ଏହି ସବୁ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବ ।

ଇତିହାସ-

  • 1826 ମସିହାରେ ଆସାମର ‘ଆନ୍ଦୋଳନ’ ପରେ ନାଗା ପାହାଡ ବ୍ରିଟିଶ ଭାରତର ଏକ ଅଂଶ ହୋଇଗଲା। 1918 ମସିହାରେ ନାଗା କ୍ଲବ ଗଠନ ହେଲା ଓ ନାଗା ନ୍ୟାସନାଲ କାଉନସିଲ (NNC) ନାମକ ଏକ ରାଜନୈତିକ ୟୁନିଟ୍ ଗଠନ ହେଲା ।
  • ଅଗଷ୍ଟ 14, 1947 ରେ ଅଙ୍ଗାମି ଜାପୁ ଫିଜୋଙ୍କ ନେତୃତ୍ବରେ NNC ନାଗାଲାଣ୍ଡକୁ ଏକ ସ୍ବାଧୀନ ରାଜ୍ୟ ଘୋଷଣା କରାଗଲା ।
  • ‘ସାର୍ବଭୌମ ନାଗାଲାଣ୍ଡ’ କୁ ସମର୍ଥନ କରୁଥିବା ରାଜ୍ୟରେ ହୋଇଥିବା ଏକ ଉପନିର୍ବାଚନ ପରେ ଫିଜୋ 1952 ମସିହାରେ ନାଗା ଫେଡେରାଲ୍ ସରକାର (NFG) ଓ ନାଗା ଫେଡେରାଲ୍ ଆର୍ମି (NFA) ଗଠନ କରିଥିଲେ । ଯାହା ପରେ ସରକାରଙ୍କ ସହ ବିବାଦ ଆରମ୍ଭ ହୋଇଥିଲା ।
  • ଏହି ବିବାଦ ହିଂସାତ୍ମକ ରୂପ ନେଇଥିଲା ଓ 1958 ମସିହାରେ ସଶସ୍ତ୍ର ବାହିନୀର ସ୍ବତନ୍ତ୍ର ଶକ୍ତି ଆଇନ (AFSPA) କାର୍ଯ୍ୟକାରୀ କରାଯାଇଥିଲା। 1975ରେ ଶିଲୋଙ୍ଗ ଚୁକ୍ତି ସ୍ବାକ୍ଷର କରାଗଲା । ଏହା ବିବାଦକୁ ସାମାନ୍ୟ ହ୍ରାସ କରିଥିଲା କିନ୍ତୁ ଏବେବି ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ୍ ନାଗାଲାଣ୍ଡ(NSCN) ଏହାକୁ ମାନି ନଥିଲା ଓ ବିଦ୍ରୋହ ଜାରି ରଖିଥିଲା ।

ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ୍ ନାଗାଲାଣ୍ଡ(NSCN) ର ଦାବି -

  • ଗ୍ରେଟର ନାଗାଲିମର ଗଠନ । ଅର୍ଥାତ ଏକ ଅଲଗା ଦେଶର ଗଠନ । ଏଥିରେ ଆସାମ, ଅରୁଣାଚଳ ପ୍ରଦେଶ ଓ ମଣିପୁରର ଅନେକ ଜିଲ୍ଲା ସମ୍ପକ୍ତ ରହିବ । ମଧ୍ୟ ମିଆଁମାରର ଏକ ବଡ଼ ଟ୍ରାକ୍ଟ ଅନ୍ତର୍ଭୁକ୍ତ ଥିଲା । ଗ୍ରେଟର ନାଗାଲିମ୍ ମ୍ୟାପ ଅନୁସାରେ ଏହା 1,20,000 ବର୍ଗ କିଲୋମିଟର ଅଞ୍ଚଳକୁ ଅକ୍ତିଆର କରି ସ୍ବତନ୍ତ୍ର ଦେଶ କରିବ ମାତ୍ର ନାଗାଲାଣ୍ଡର ସମସ୍ତ ଅଞ୍ଚଳ ମାତ୍ର 16,527 ବର୍ଗ କିଲୋମିଟର ।
  • ନାଗାଲାଣ୍ଡ ବିଧାନସଭା ‘ଗ୍ରେଟର ନାଗାଲିମ’କୁ ସମର୍ଥନ କରିଛି । ଅର୍ଥାତ ଗୋଟିଏ ପ୍ରଶାସନିକ ଛାତ ତଳେ ସମସ୍ତ ନାଗା-ଅଧିବାସୀ ଅଞ୍ଚଳର ଏକତ୍ରୀକରଣ ପ୍ରକୃତ ଲକ୍ଷ୍ୟ । ପ୍ରାୟ 5 ଥର ଏହାକୁ ସମର୍ଥନ କରାଯାଇଛି । ଯଥା, ଡିସେମ୍ବର 1964, ଅଗଷ୍ଟ 1970, ସେପ୍ଟେମ୍ବର 1994, ଡିସେମ୍ବର 2003 ଓ ଜୁଲାଇ 27, 2015 ।

କ୍ରମାନୁସାରେ ଭାରତରେ ନାଗା ବିଦ୍ରୋହ....

1918- ବିଭିନ୍ନ ନାଗା ଜନଜାତିଙ୍କୁ ଏକାଠି କରି ନାଗା କ୍ଲବର ଗଠନ ।

1929-ସାଇମନ୍ କମିଶନ ଆଗରେ ନାଗା କ୍ଲବର ସ୍ବତନ୍ତ୍ର ରହିବାକୁ ଦାବି

1937-ନାଗା ଅଞ୍ଚଳଗୁଡିକ ଭାରତ ସରକାରଙ୍କ ଅଧିନିୟମ (1935) ର ଦୃଷ୍ଟିକୋଣରୁ ଦୂରେଇ ରହି ବ୍ରିଟିଶ କ୍ରାଉନ୍ ଅଧୀନରେ ସିଧାସଳଖ ଅଣାଯାଇଥିଲା ।

1964-ଭିନ୍ନ ନାଗା ଦେଶ ପାଇଁ ନାଗା ନ୍ୟାସନାଲ କାଉନସିଲର ଗଠନ କଲେ ଫିଜୋ

1947-ଆସାମର ତତ୍କାଳୀନ ରାଜ୍ୟପାଳ ସାର୍ ଆକବର ହାଇଡେରୀ ନାଗାସ୍ ମୋଡରେଟର୍ ଟି ସାଖ୍ରି ଓ ଆଲିବା ଇମତି 9 ପଏଣ୍ଟ୍ ଚୁକ୍ତି ସ୍ବାକ୍ଷର କରିଥିଲେ।

1947-ନାଗା ନ୍ୟାସନାଲ କାଉନସିଲର ସ୍ବାଧିନତା ଘୋଷଣା

1951-NNC ଦାବି କରିଛି ଯେ 99 ପ୍ରତିଶତ ନାଗା ଲୋକ ସ୍ବାଧୀନତାକୁ ସମର୍ଥନ କରନ୍ତି । 1952 ର ପ୍ରଥମ ସାଧାରଣ ନିର୍ବାଚନକୁ NNC ବୈଠକ କରି ହିଂସାବାଦୀ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଆରମ୍ଭ କରିଥିଲା ।

1956- ଆସାମର ନାଗା ହିଲ୍ସ ଜିଲ୍ଲାରେ ବିଦ୍ରୋହକୁ ଦମନ କରିବା ପାଇଁ ନୂଆଦିଲ୍ଲୀ ସେନା ପଠାଏ । ଫିଜୋ ଡିସେମ୍ବରରେ ପୂର୍ବ ପାକିସ୍ଥାନ ପଳାୟନ କରିଥିଲେ । ପରବର୍ତ୍ତୀ ସମୟରେ ଜୁନ୍ 1960 ରେ ଲଣ୍ଡନକୁ ପଳାୟନ କରିଥିଲେ ।

1958-ନାଗା ପାହାଡରେ ସଶସ୍ତ୍ର ବାହିନୀ ଅଧିନିୟମ ଲାଗୁ ।

1960-ନାଗା ପିପୁଲ୍ସ କନଭେନସନ୍ ସହିତ ନୂଆଦିଲ୍ଲୀ 16 ପଏଣ୍ଟ ଚୁକ୍ତି ସ୍ବାକ୍ଷର କଲା ।

1963-ନାଗାଲାଣ୍ଡକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା

1964-ଜୟ ପ୍ରକାଶ ନାରାୟଣ ଓ ବି ପି ଛାଲିହାଙ୍କ ଶାନ୍ତି ମିଶନ

1975-ଶିଲୋଙ୍ଗ ଚୁକ୍ତି ସ୍ବାକ୍ଷର

1980-ମିଆଁମାରର ଜଙ୍ଗଲରେ ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ୍ ଅଫ୍ ନାଗାଲାଣ୍ଡ (NSCN) ଗଠନ କରାଯାଇଥିଲା । ଇସାକ୍ ଚିସି ସୁଙ୍କ ଦ୍ବାରା NSCN (IM) ଗଠନ ।

1988-NSCN ବିଭାଜନ । ଖୋଲେ କୋୟକ୍ ଓ ଖାପଲାଙ୍ଗ ମିଶି NSCN (K) ଗଠନ କରିଥିଲେ ।

1991- ଲଣ୍ଡନରେ ଫିଜୋଙ୍କ ମୃତ୍ୟୁ

1997-ଦେବ ଗୌଡା ଜୁରିଚରେ NSCN (IM) ନେତୃତ୍ବ ନେଇଥିଲେ ।

1997-ନାଗାଲାଣ୍ଡରେ NSCN-IM ସହ ଅସ୍ତ୍ରବିରତି କାର୍ଯ୍ୟକାରୀ । ଉତ୍ତର-ପୂର୍ବରେ ହିଂସାର ବିସ୍ତାର ।

1998-ପ୍ୟାରିସରେ ଅଟଳ ବିହାରୀ ବାଜପେୟୀ ଓ ବ୍ରାଜେଶ ମିଶ୍ର, NSCN (IM) ନେତାଙ୍କୁ ଭେଟିଥିଲେ ।

2001-NSCN-K ଯୁଦ୍ଧ ସ୍ଥଗିତ ରଖେ ଓ ଅସ୍ତ୍ରବିରତି କାର୍ଯ୍ୟକାରୀ ହୁଏ ।

2003-ମୁଇଭା ଓ ଇସାକ ଦିଲ୍ଲୀରେ ବାଜପେୟୀ ଓ ଆଡଭାନୀଙ୍କ ସହ ଆଲୋଚନା କରନ୍ତି ।

2004-NSCN-IM ନେତା, ମନମୋହନ ସିଂଙ୍କ ସହ ସାକ୍ଷାତ କରନ୍ତି ।

2007-NSCN (IM) ଓ ଭାରତ ସରକାରଙ୍କ ମଧ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ ସ୍ବାକ୍ଷର ।

2015-ବିବାଦକୁ ନବୀକରଣ କରେ NSCN-K ।

2015-କେନ୍ଦ୍ର NSCN (I-M) ସହିତ ଏକ ପ୍ରାଥମିକ ଚୁକ୍ତିନାମା ସ୍ବାକ୍ଷର କରେ । ଏହି ଚୁକ୍ତିନାମା ଦ୍ବାରା ଶାନ୍ତି ଆଲୋଚନା ପାଇଁ ରାସ୍ତା ଖୋଲିଥିଲା ।

2017- ନାଗା ନ୍ୟାସନାଲ ପଲଟିକାଲ ଗ୍ରୁପ ଅଧିନରେ ଆଉ 6ଟି ନାଗା ସଶସ୍ତ୍ର ବାହିନୀ ।

31 ଅକ୍ଟୋବର 2019-ନାଗା ଗୋଷ୍ଠୀ ସହ ଆଲୋଚନା ଶେଷ କରିବା ପାଇଁ 31 ଅକ୍ଟୋବର 2019 ର ଏକ ସରକାରୀ ଧାର୍ଯ୍ୟ ସମୟସୀମା କାର୍ଯ୍ୟକାରୀ ହୋଇପାରି ନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.