ମସୁରୀ: ପାହାଡ ରାଣୀର ସୁନ୍ଦରତା ବିଶ୍ବ ବିଖ୍ୟାତ । ହେଲେ ମସୁରୀରେ ଏମିତି କିଛି ସ୍ଥାନ ରହିଛି ଯାହାର ଇତିହାସ ଅତ୍ୟନ୍ତ ରୋଚକ । ବର୍ତ୍ତମାନ ସମୟରେ ବି ମସୁରୀର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ 'ଗନ ହିଲ'କୁ ନେଇ ରହିଛି ଏମିତି ଏକ ଇତିହାସ ।
ତେବେ ମସୁରୀ କେବଳ ଯେ ବର୍ତ୍ତମାନ ସମୟରେ ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ମନପସନ୍ଦ ପର୍ଯ୍ୟଟନସ୍ଥଳୀ ତାହା ନୁହେଁ, ଦେଶ ସ୍ବାଧୀନ ପୂର୍ବରୁ ମସୁରୀ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ଏହାର ପ୍ରଥମ ଉଦାହରଣ ହେଲା ଦେଶ ସ୍ବାଧୀନ ହେବା ପୂର୍ବରୁ ଇଂରେଜମାନେ ପ୍ରଥମେ ମସୁରୀ ସହରର ବିକାଶ ଦିଗରେ କାର୍ଯ୍ୟ କରିଥିଲେ । ଆଉ ଏହାର ସବୁଠାରୁ ଲୋକପ୍ରିୟ ଇତିହାସ ଆଜି ବି ମସୁରୀର 'ଗନ ହିଲ' ନାମକ ପାହାଡରେ ଜୀବିତ ରହିଛି ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ ଦେଶ ସ୍ବାଧୀନ ହେବା ପୂର୍ବରୁ ଏହି ପାହାଡ ଉପରେ ଥିବା ତୋପକୁ ପ୍ରତିଦିନ ଦ୍ବିପ୍ରହର ସମୟରେ ଚଲାଯାଉଥିଲା । ଆଉ ତୋପରୁ ବାହାରୁଥିବା ଘାସ ବଲର ଶଦ୍ଦ ଶୁଣି ଲୋକମାନେ ନିଜ ନିଜ ଘଣ୍ଟାର ସମୟକୁ ଠିକ୍ କରି ନେଉଥିଲେ । ସେବେଠୁ ଏହି ସ୍ଥାନର ନାମ 'ଗନ ହିଲ' ନାମରେ ନାମିତ ।
ଗନ ହିଲ ପାହାଡର ଏହି କାହାଣୀ ବଖାଣୁଛି ଯେ ସମୟ କେମିତି ବଦଳିଛି । ଆଉ ଏହି ପାହାଡ ଉପରେ ଥିବା ତୋପ ସେ ସମୟର ଇତିହାସ କୁହେ । ସେତେବଳେ ଯଦି କାହା ଘରେ ଘଣ୍ଟା ରହୁଥିଲା, ତେବେ ତାକୁ ଧନୀ ବ୍ୟକ୍ତିର ମାନ୍ୟତା ଦିଆଯାଉଥିଲା । ସହରର କିଛି ଜଣାଶୁଣା ବ୍ୟକ୍ତିଙ୍କ ପାଖରେ ଘଣ୍ଟା ରହୁଥିଲା । ଆଉ ଏହି ଘଣ୍ଟାର ସମୟକୁ ସଠିକ୍ ଦର୍ଶାଇବା ପାଇଁ ଇଂରେଜମାନେ ଏହି ଉପାୟ ଆପଣାଇଥିଲେ । ସହରର ମଧ୍ୟଭାଗରେ ଥିବା ଉଚ୍ଚ ପାହାଡରୁ ପ୍ରତି ଘଣ୍ଟାରେ ସମାନ ସଂଖ୍ୟକ ଘାସ ବଲ ଫିଙ୍ଗି ଦିଆଯାଇଥାଏ, ଯାହା ସେ ସମୟରେ ଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ରୋଚକ ଇତିହାସ ସହ ଏହି ପ୍ରଥାର ଅନ୍ତ ମଧ୍ୟ ଘଟିଥିଲା ।
ଐତିହାସିକଙ୍କ କହିବାନୁଯାୟୀ, ଏକଦା ସମୟ ଅନୁଯାୟୀ ପାହାଡ ଉପରୁ ଫିଙ୍ଗାଯାଉଥିବା ଘାସ ବଲ ପାହାଡ ତଳେ ଥିବା ରୋଡ ଉପରେ ଜଣେ ବ୍ରିଟିଶ ମହିଳାଙ୍କ ଉପରେ ପଡିଥିଲା । ଘଟଣାକୁ ନେଇ ହୋଇଥିବା ଉତ୍ତେଜନା ପରେ ଏହି ପ୍ରଥା ବନ୍ଦ କରି ଦିଆଯାଇଥିଲା ।
ବର୍ତ୍ତମାନ ଗନ ହିଲ ତ ରହିଛି ହେଲେ ତୋପ ନାହିଁ । ତଥାପି ଏହି ପାହାଡ 'ଗନ ହିଲ' ନାମରେ ପ୍ରସିଦ୍ଧ । ସେଠାର ଲୋକଙ୍କ ମନରେ ଆଜି ବି ସେହି ଇତିହାସ ଜୀବିତ ରହିଛି । କିନ୍ତୁ ଚିନ୍ତାର ବିଷୟ ସମୟ ସହ ଧୀରେ ଧୀରେ ଏହି କାହାଣୀ ଏବଂ ସେ ଘଟଣା ଲୋକଙ୍କ ମନ ଭିତରୁ ଧିରେ ଧିରେ ଗାଏବ ହେବାରେ ଲାଗିଛି । ଏମିତିରେ ସରକାର କେବଳ ପ୍ରାକୃତିକ ଦୃଷ୍ଟିକୋଣ ନୁହେଁ ରାଜ୍ୟର ଏହି ଐତିହାସିକ ଘଟଣା ଗୁଡିକୁ ବଞ୍ଚାଇ ରଖିବା ଆବଶ୍ୟକ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ