ETV Bharat / bharat

ଜାତୀୟ ପତାକା ଗ୍ରହଣ ଦିବସ: ମହତ୍ତ୍ବ ଓ ଇତିହାସ - ଜାତୀୟ ପତାକା ଗ୍ରହଣ ଦିବସର ମହତ୍ତ୍ବ

ଜାତୀୟ ପତାକାର ଇତିହାସରେ 1931 ଏକ ମାଇଲଖୁଣ୍ଟ ଥିଲା । ତ୍ରିରଙ୍ଗାକୁ ଜାତୀୟ ପତାକା କରିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଅଧିକ ପଢନ୍ତୁ...

ଜାତୀୟ ପତାକା ଗ୍ରହଣ ଦିବସ: ମହତ୍ତ୍ବ ଓ ଇତିହାସ

author img

By

Published : Jul 22, 2020, 6:10 AM IST

Updated : Jul 22, 2020, 10:31 AM IST

ହାଇଦ୍ରାବାଦ: ବିଶ୍ବର ସମସ୍ତ ସ୍ବାଧୀନ ରାଷ୍ଟ୍ରର ନିଜସ୍ବ ପତାକା ରହିଛି । ଏହା ଦେଶ ସ୍ବାଧୀନର ପ୍ରତୀକ । ଭାରତର ମଧ୍ୟ ଜାତୀୟ ପତାକା ଭାବେ ତ୍ରିରଙ୍ଗା ରହିଛି ଯାହାର ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗ ସହ ମଝିରେ ଅଶୋକ ଚକ୍ର ରହିଛି । ପ୍ରତିବର୍ଷ ଜୁଲାଇ 22ରେ ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଏ । ଏହିଦିନ ସମଗ୍ର ଦେଶକୁ ଏହି ଦିବସ ବିଷୟରେ ସଚେତନ କରିବା ସହ ତ୍ରିରଙ୍ଗାର ମହତ୍ତ୍ବ ସମ୍ପର୍କରେ ସୂଚନା ଦିଆଯାଇଥାଏ ।

ଯୁବ ଭାରତୀୟ ଓ ଭବିଷ୍ୟତ ପିଢିଙ୍କୁ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ, ତ୍ରିରଙ୍ଗାର ମହତ୍ତ୍ବ ଏବଂ ସାରା ଦେଶ ପାଇଁ ଏହାର ଗୁରୁତ୍ବ ଜଣାଇବାକୁ ଜୁଲାଇ 22ରେ ଏହି ଦିବସ ପାଳନ କରାଯାଏ । ସାରା ଦେଶକୁ ପ୍ରତିନିଧିତ୍ବ କରିଥାଏ ତ୍ରିରଙ୍ଗା । ଏହା ପ୍ରତିଟି ଭାରତୀୟଙ୍କ ପରିଚୟ ଓ ଗୌରବ । ଏହି ପତାକାକୁ ଡିଜାଇନ୍ କରିଥିଲେ ପିଙ୍ଗାଲୀ ଭେଙ୍କାୟା । ଭାରତୀୟ ସାମ୍ବିଧାନିକ ବିଧାନସଭା ଦ୍ବାରା ଏହି ପତାକା 1947 ଜୁଲାଇ 22ରେ ପ୍ରଥମ ଥର ପାଇଁ ଗ୍ରହଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ଅଫିସିଆଲ ଭାବେ ଭାରତୀୟ ଜାତୀୟ ପତାକା ଭାବେ ମାନ୍ୟତା ଦିଆଯାଇଥିଲା ।

ଭାରତର ପ୍ରଥମ ଜାତୀୟ ପତାକା ଉତ୍ତୋଳନ 1906 ଅଗଷ୍ଟ 7ରେ କୋଲକାତାର ଗ୍ରୀନ ପାର୍କରେ ହୋଇଥିଲା ବୋଲି କୁହାଯାଏ । ସେତେବେଳେ ଏହା 3ଟି କଲର ରେଡ୍, ୟେଲୋ, ଗ୍ରୀନ ଥିଲା ଯାହା ଲମ୍ବ ଭାବରେ ପ୍ରତୀତ ହେଉଥିଲା । ଦ୍ବିତୀୟ ଥର ଏହା 1907 ଅଗଷ୍ଟ 22ରେ ଉତ୍ତୋଳନ ହୋଇଥିଲା ଯାହାକୁ ସପ୍ତର୍ଷି ପତାକା କୁହାଯାଏ । ତୃତୀୟ ଥର 1917ରେ ଗୃହ ନିୟମ ଆନ୍ଦୋଳନ ସମୟରେ ଆନିବେସାନ୍ତ ଓ ଲୋକମାନ୍ୟ ତିଳକ ଏହାକୁ ଉତ୍ତୋଳନ କରିଥିଲେ । ଏଥିରେ 4ଟି ରେଡ୍ ଏବଂ 4ଟି ଗ୍ରୀନ କଲର 7ଟି ତାରା ସହ ଥିଲା । ଚତୁର୍ଥ ଥର ପତାକାରେ କେବଳ 2ଟି ରଙ୍ଗ ଥିଲା ଲାଲ ଏବଂ ସବୁଜ ଯାହା ହିନ୍ଦୁ ଏବଂ ମୁସଲମାନଙ୍କୁ ପ୍ରତିନିଧିତ୍ବ କରୁଥିଲା । ତେବେ ଦେଶର ବାକି ସମ୍ପ୍ରଦାୟଙ୍କୁ ସମର୍ଥନ କରିବା ପାଇଁ ଏଥିରେ ଧଳା ରଙ୍ଗ ଯୋଡିବାକୁ ମହାତ୍ମା ଗାନ୍ଧୀ ପରାମର୍ଶ ଦେଇଥିଲେ ।

ପତାକାର ଇତିହାସରେ 1931 ଏକ ମାଇଲଖୁଣ୍ଟ ଥିଲା । ତ୍ରିରଙ୍ଗାକୁ ଜାତୀୟ ପତାକା କରିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଏଥିରେ କମଳା, ଧଳା ଓ ସବୁଜ ସହ ଗାନ୍ଧୀଙ୍କ ଅରଖ ଚକ୍ର ମଝିରେ ସ୍ଥାନ ପାଇଥିଲା । ଏହାପରେ 1947 ଜୁଲାଇ 22ରେ ଏହାକୁ ସ୍ବାଧୀନ ଭାରତର ପ୍ରଥମ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା । ତେବେ ଅରଖ ବଦଳରେ ଏଥିରେ ଅଶୋକଙ୍କ ଚକ୍ର ଲାଗିଥିଲା । କମଳା ରଙ୍ଗ ଦେଶର ଶକ୍ତି ଓ ସାହସକୁ ଦର୍ଶାଇଥାଏ । ଚକ୍ର ସହିତ ଧଳା ରଙ୍ଗ ଶାନ୍ତି ଓ ସତ୍ୟକୁ ପ୍ରତିନିଧିତ୍ବ କରେ । 24ଟି ଚକ୍ର ଅର୍ଥ ପ୍ରେମ, ଧୈର୍ଯ୍ୟ, ଉଦାରତା, ବିଶ୍ବସନୀୟ, ନିସ୍ବାର୍ଥ, ତ୍ୟାଗ, ଅଧିକାର, ଦୟା, ମାନବିକତା, ସମବେଦନା, ଭଗବାନଙ୍କ ପ୍ରତି ଭୟ, ମୂଲ୍ୟବୋଧ, ଆଶା/ଭରସା, ବିଶ୍ବାସ, ଆଧ୍ୟାତ୍ମିକ, ସହାନୁଭୂତି, ଗୁଣ, ନ୍ୟାୟ, ସତ୍ୟତା, ନିୟନ୍ତ୍ରଣ, ନମ୍ର, ଶାନ୍ତି ଓ ସାହସ । ସବୁଜ ରଙ୍ଗ ଅଭିବୃଦ୍ଧି, ଶୁଭକୁ ସୂଚିତ କରିଥାଏ ।

ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟରେ 29 ମେ 1953ରେ ପ୍ରଥମ ଥର ତ୍ରିରଙ୍ଗା ଉତ୍ତୋଳନ ହୋଇଥିଲା । ଜର୍ମାନୀର ଷ୍ଟୁଟ୍ଟଗ୍ରାଟରେ 1907 ଅଗଷ୍ଟ 22ରେ ପ୍ରଥମ ଥର ବିଦେଶୀ ମାଟିରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ଏପରି କରିବାରେ ମାଡାମ ଭିକାଜୀ ରୁସ୍ତମ ପ୍ରଥମ ବ୍ୟକ୍ତି ଥିଲେ । 1984ରେ ପ୍ରଥମ ଥର ଏହା ମହାକାଶରେ ଉଡିଥିଲା । ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ରାକେଶ ଶର୍ମା ଏହାକୁ ସେଠାରେ ଉତ୍ତୋଳନ କରିଥିଲେ ।

Last Updated : Jul 22, 2020, 10:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.