ETV Bharat / bharat

କାହିଁକି ରାହୁଲ ଗାନ୍ଧୀଙ୍କୁ ଜିତାଇଲ, କେରଳୀଙ୍କୁ ରାମଚନ୍ଦ୍ର ଗୁହାଙ୍କ ପ୍ରଶ୍ନ - historian ramachandra guha

ଜଣାଶୁଣା ଐତିହାସକାର ରାମଚନ୍ଦ୍ର ଗୁହା ରାହୁଲ ଗାନ୍ଧୀଙ୍କ ମଜାକ୍ ଉଡାଇଛନ୍ତି । କେରଳ ଲୋକଙ୍କୁ ପ୍ରଶ୍ନ କାହିଁକି ଜିତାଇଲ ରାହୁଲ ଗାନ୍ଧୀଙ୍କୁ । ସେ ମୋଦିଙ୍କୁ ଫାଇଦା ପହଞ୍ଚାଉଛନ୍ତି । କଣ ଫାଇଦା ପହଞ୍ଚାଇଲେ ପଢନ୍ତୁ ସଂପୂର୍ଣ୍ଣ ଖବର ....

historian ramachandra
historian ramachandra
author img

By

Published : Jan 18, 2020, 10:38 AM IST

ଥିରୁଅନନ୍ତପୁରମ: ଜଣାଶୁଣା ଐତିହାସକାର ରାମଚନ୍ଦ୍ର ଗୁହା କେରଳର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ଗାନ୍ଧୀଙ୍କୁ ଜୋରଦାର କଟାକ୍ଷ କରିଛନ୍ତି । କୋଝିକୋଡରେ ଆୟୋଜିତ ‘କେରଳ ଲିଟ୍ରେଚର ଫେସଟିଭାଲ’ରେ ଯୋଗଦେଇ ରାମଚନ୍ଦ୍ର ରାହୁଲ ଗାନ୍ଧୀଙ୍କ ଧଜିଆ ଉଡାଇବା ସହ କେରଳୀ ଲୋକଙ୍କୁ ମଧ୍ୟ ଭିନ୍ନ ଢଙ୍ଗରେ ତାତ୍ସଲ୍ୟ କରିବାକୁ ଭୁଲି ନାହାଁନ୍ତି ।

ରାମଚନ୍ଦ୍ର କହିଛନ୍ତି ଆପଣମାନେ ରାହୁଲ ଗାନ୍ଧୀଙ୍କୁ କାହିଁକି ସଂସଦ ଭାବେ ନିର୍ବାଚିତ କରି ପଠାଇଲେ । ମୁଁ ବ୍ୟକ୍ତିଗତ ଭାବେ ରାହୁଲଙ୍କ ବିରୋଧୀ ନୁହେଁ । ସେ ଜଣେ ଭଲ ଭଦ୍ର ଲୋକ । କିନ୍ତୁ ଯୁବ ଭାରତ ପଞ୍ଚମ ପୀଢିର ବଂଶଜଙ୍କୁ ଆଉ ପସନ୍ଦ କରୁନାହାଁନ୍ତି । ଗୁହାଙ୍କ ଏହି ବକ୍ତବ୍ୟ ଗାନ୍ଧୀ ପରିବାର ପାଇଁ ପ୍ରଜୁଯ୍ୟ ଥିଲା । ରାମଚନ୍ଦ୍ର ଆହୁରି କହିଛନ୍ତି ଗାନ୍ଧୀ ପରିବାରର ସଦସ୍ୟ ତଥା ରାହୁଲ ଗାନ୍ଧୀ’ କଠୋର ପରିଶ୍ରମୀ । ‘ସେଲଫ ମେଡ’ ବ୍ୟକ୍ତି । କେରଳ ଲୋକ ରାହୁଲଙ୍କୁ ନିର୍ବାଚିତ କରି ଭୟାନକ ଭୁଲ କରିଛନ୍ତି । କଟାକ୍ଷ ଛଳରେ କହିଛନ୍ତି ଦେଶର ‘ମହାନ ରାଜନୀତି ଦଳରୁ ଦୟନୀୟ ଫେମିଲ ଫର୍ମ’ ହେବା ହିନ୍ଦୁତ୍ବର ପ୍ରଭାବ ବଢିବା ଏକ ପ୍ରମୁଖ କାରଣ ।

ଲୋକଙ୍କୁ ପରାମର୍ଶ ଦେବାଛଳରେ ଗୁହା କହିଛନ୍ତି 2024ରେ କେରଳ ବାସୀ ରାହୁଲ ଗାନ୍ଧୀଙ୍କୁ ଆଉ ଥରେ ନିର୍ବାଚିତ କରିବା ଭୁଲ ନକରନ୍ତୁ । ରାହୁଲ ଗାନ୍ଧୀଙ୍କୁ ନିର୍ବାଚିତ କରିବା ଅର୍ଥ ମୋଦିଙ୍କୁ ଫାଇଦା ପହଞ୍ଚାଇବା । ନିଜ ବକ୍ତବ୍ୟକୁ ଆହୁରି ସରଳ ଭାବେ ବୁଝାଇ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠାରୁ ବଡ ଫାଇଦା ହେଉଛି ସେ ରାହୁଲ ଗାନ୍ଧୀ ନୁହଁନ୍ତି । ରାହୁଲ ଗାନ୍ଧୀ ଓ ମୋଦିଙ୍କ ଭିତରେ ପାର୍ଥକ୍ୟ ବୁଝାଇବାକୁ ଯାଇ ଗୁହା ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ନିଜ ପରିଚୟ ନିଜେ ସୃଷ୍ଟି କରିଛନ୍ତି । ସେ ପରିଶ୍ରମୀ । ସେ କେବେ ୟୁରୋପରେ ଛୁଟି କଟାନ୍ତି ନାହିଁ । ସେ ନିଜ ଦମରେ ନିଜ ମର୍ଯ୍ୟାଦା ବନାଇ ପାରିଛନ୍ତି । ସେ ଗୋଟିଏ ରାଜ୍ୟକୁ 15 ବର୍ଷ ଶାସନ କରିଛନ୍ତି । ତାଙ୍କ ପାଖରେ ପ୍ରଶାସନିକ ଅନୁଭବ ଅଛି । କିନ୍ତୁ ରାହୁଲ ଗାନ୍ଧୀ କେବଳ ୟୁରୋପରେ ଛୁଟି ସାରି ଫେରିଲେ କିଛି ନବୁଝି ନ ବିଚାରି କିଛି ବି କୁହନ୍ତି । ଯାହା ମୋଦିଙ୍କୁ ଫାଇଦା ମିଳୁଛି । ତେଣୁ କେରଳ ତଥା ମାଲାୟଲମବାସୀ ରାହୁଲ ଗାନ୍ଧୀଙ୍କୁ ପୁନଃ ନିର୍ବାଚିତ ନକରନ୍ତୁ ।

Intro:Body:

asd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.