ETV Bharat / bharat

ଶିବରାଜଙ୍କ ସ୍ମୃତି ଶକ୍ତି ବଢାଇବାକୁ କଂଗ୍ରେସ ଦେଲା ଉପହାର

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ପ୍ରଧାନମନ୍ତ୍ରୀଙ୍କୁ ଦର୍ପଣ ଉପହାର ଦେଇ ଚର୍ଚ୍ଚାରେ ଥିବା ବେଳେ ଏବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ କର୍ମୀ ଚେୱନପ୍ରାସ, ଆଇ-ଡ୍ରପ ଏବଂ ବାଦାମ ଦେଇ ଚର୍ଚ୍ଚାରେ ।

author img

By

Published : May 9, 2019, 11:03 PM IST

ଫଟୋ ସୌଜନ୍ୟ: ଏଏନଆଇ

ଭୋପାଳ: ଲୋକସଭା ନିର୍ବାଚନ ବିଭିନ୍ନ ପର୍ଯ୍ୟାୟରେ ହେଉଛି । ଏହାରି ଭିତରେ 5ଟି ପର୍ଯ୍ୟାୟ ସରିଛି । ହେଲେ ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ବିବାଦୀୟ ବୟାନବାଜି, କଟାକ୍ଷ, ସମାଲୋଚନା ଥମିବାର ନାଁ ଧରୁନି । ଖାଲି ସେତିକି ନୁହେଁ ବିପକ୍ଷ ଦଳ ନେତାଏ ମଧ୍ୟ ନିର୍ବାଚନ ଋିତୁରେ ଉପହାର ଦେବା ନେବା ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ପ୍ରଧାନମନ୍ତ୍ରୀଙ୍କୁ ଦର୍ପଣ ଉପହାର ଦେଇ ଚର୍ଚ୍ଚାରେ ଥିବା ବେଳେ ଏବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ କର୍ମୀ ଚେୱନପ୍ରାସ, ଆଇ-ଡ୍ରପ ଏବଂ ବାଦାମ ଦେଇ ଚର୍ଚ୍ଚାରେ ।

କଂଗ୍ରେସ କର୍ମୀମାନେ ବିଜେପି ନେତା ଶିବରାଜ ଚୌହାନଙ୍କୁ ପାର୍ସଲରେ ଆଇ-ଡ୍ରପ୍, ଚେୱନପ୍ରାସ ଗୋଟେ ପ୍ୟାକେଟ, ପିସ୍ତା ବାଦାମ ପଠାଇ ଟ୍ରୋଲ କରିଛନ୍ତି । କଂଗ୍ରେସର କହିବା କଥା ହେଲା ଶିବରାଜ ଚୌହାନ ମିଛ ବୟାନ ଦେଉଛନ୍ତି । ‘କୃଷି ଋଣ ଛାଡ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ପଦକ୍ଷେପକୁ ନେଇ ସେ ମିଛ ମନ୍ତବ୍ୟ ଦେଇଛନ୍ତି । ଶିବରାଜଙ୍କର ସ୍ମୃତି ଶକ୍ତି ଦୁର୍ବଳ ହୋଇଯାଇଛି । ଆମେ ତାଙ୍କୁ ଠିକ କରିବା ଲାଗି ଏହି ସାମଗ୍ରୀ ପଠାଇଛୁ । ଏହାସହ ଏକ ତାଲିକା ମଧ୍ୟ ପଠାଇଛୁ । ଆଇ-ଡ୍ରପ୍ ପକାଇ ଏହି ତାଲିକାକୁ ଭଲ ଭାବେ ଦେଖନ୍ତୁ ।

ସେହିପରି ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନେତୃତ୍ବରେ ଚାଷୀ ଋଣ ଛାଡ କରାଯାଇଥିବା 21 ଲକ୍ଷ ଚାଷୀଙ୍କ ତାଲିକା ରାଜ୍ୟ ସରକାର ଶିବରାଜ ଚୌହାନଙ୍କୁ ପଠାଇଛନ୍ତି ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.