ETV Bharat / bharat

'କୋରୋନାକୁ ନିୟନ୍ତ୍ରଣ କରିବ ଗୋବର ଓ ଯଜ୍ଞ' - ନୂଆଦିଲ୍ଲୀ

ସମସ୍ତଙ୍କ ମନରେ ଭୟ ସଞ୍ଚାର କରିଛି କୋରୋନା ଭାଇରସ । ସାମାନ୍ୟ ଥଣ୍ଡା ଜ୍ବରରୁ ଜୀବନ ନେଉଥିବା ଏହି ଭୂତାଣୁକୁ ନେଇ ବିଶ୍ବ ସମୁଦାୟ ମଧ୍ୟ ଚିନ୍ତା ପ୍ରକଟ କରିଛି ।ଏପରି ସ୍ଥଳେ ଏହାର ନିରାକରଣ ନେଇ ମୁହଁ ଖୋଲିଛି ହିନ୍ଦୁ ମହାସଭା । ଅଧିକ ଖବର ପଢନ୍ତୁ...

'କୋରୋନାକୁ ନିୟନ୍ତ୍ରଣ କରିବ ଗୋବର ଓ ଯଜ୍ଞ'
'କୋରୋନାକୁ ନିୟନ୍ତ୍ରଣ କରିବ ଗୋବର ଓ ଯଜ୍ଞ'
author img

By

Published : Feb 1, 2020, 4:19 AM IST

ନୂଆଦିଲ୍ଲୀ: ସମସ୍ତଙ୍କ ମନରେ ଭୟ ସଞ୍ଚାର କରିଛି କୋରୋନା ଭାଇରସ । ସାମାନ୍ୟ ଥଣ୍ଡା ଜ୍ବରରୁ ଜୀବନ ନେଉଥିବା ଏହି ଭୂତାଣୁକୁ ନେଇ ବିଶ୍ବ ସମୁଦାୟ ମଧ୍ୟ ଚିନ୍ତା ପ୍ରକଟ କରିଛି । ଚୀନରୁ ଉତ୍ପତି ହୋଇଥିବା ଏହି ଭୂତାଣୁ ଏବେ ଧିରେ ଧିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଚୀନରେ ଏହି ଭୂତାଣୁରେ ମୃତ୍ୟୁ ସଂଖ୍ୟା 200ରୁ ଅଧିକ ହୋଇଥିବା ବେଳେ ହଜାର ହଜାର ଲୋକ ଏହି ମାରାତ୍ମକ ରୋଗ କବଳରେ ଛଟପଟ ହେଉଛନ୍ତି ।

ଏପରି ସ୍ଥଳେ ଏହାର ନିରାକରଣ ନେଇ ମୁହଁ ଖୋଲିଛି ହିନ୍ଦୁ ମହାସଭା । ମହାସଭାର ସଭାପତି ସ୍ବାମୀ ଚକ୍ରପାଣି ମହାରାଜ କହିଛନ୍ତି ଯେ, ଏହି ରୋଗକୁ ନିୟନ୍ତ୍ରଣ କରିବାକୁ କେବଳ ଗୋଟିଏ ଉପାୟ ଅଛି । ତାହା ହେଉଛି ଗୋମାତା । ଗାଈ ଗୋବର ଓ ମୂତ୍ର ଏହି ରୋଗରୁ ରକ୍ଷା ଦେଇପାରିବ ବୋଲି ସେ କହିଛନ୍ତି । ଗୋବରକୁ ଦେହରେ ଲେପ କରି ଓମ ନମଃ ଶିବାୟ ଯେଉଁ ଲୋକ କହିବ ତାପାଖ ଏହି ରୋଗ ମାଡିବନି ବୋଲି ସେ କହିଛନ୍ତି ।

ସେପଟେ ଏକ ଯଜ୍ଞ ମାଧ୍ୟମରେ ମଧ୍ୟ ଏହି ରୋଗକୁ ରୋକାଯିବା ସହ ବିଶ୍ବ ବ୍ୟାପି ଏହାର ବିସ୍ତାରକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.