ପାନାଜୀ: ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର ସାଧାରଣ ସମ୍ପାଦକ ସୁରେଶ ଭାୟାଜୀ ଯୋଶୀ ହିନ୍ଦୁ ସମାଜ ମାନେ ବିଜେପି ନୁହଁ ବୋଲି ପ୍ରକାଶ କରିଛନ୍ତି । ଗୋଆରେ ଏକ ସାଧାରଣ ସଭାରେ ଯୋଗଦେଇ ସେ ଏହା ଏହା କହିଛନ୍ତି ।
ଯୋଶୀ କହିଛନ୍ତି, ବିଜେପିକୁ ବିରୋଧ କରିବାର ଅର୍ଥ ହିନ୍ଦୁମାନଙ୍କୁ ବିରୋଧ ସହ ସମାନ ନୁହେଁ । ରାଜନୈତିକ ଲଢେଇ ଜାରି ରହିପାରେ କିନ୍ତୁ ସେଥିରେ ହିନ୍ଦୁ ମାନଙ୍କୁ ସଂଶ୍ଲିଷ୍ଟ କରିବା କଥା ନୁହେଁ । ସଂପ୍ରତି ବିଜେପିକୁ ଧାର୍ମିକ ବୈଷମ୍ୟ ସୃଷ୍ଟି କରୁଥିବା ନେଇ ବିଭିନ୍ନ ମହଲରେ ଟାର୍ଗେଟ କରାଯାଉଛି । ତେଣୁ ସେମାନଙ୍କୁ ଲକ୍ଷ୍ୟ କରି ସେ ଏପରି କହିଥିବା ଅନୁମାନ କରାଯାଉଛି ।