ETV Bharat / bharat

ଲୋକସଭାରେ ଉଠିଲା ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ମାନ୍ୟତା ପ୍ରସଙ୍ଗ

ପୁଣିଥରେ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ଦେବାପାଇଁ ଲୋକସଭାରେ ଦାବିକଲେ ବିଜେପି ସାଂସଦ । ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ଖପ୍ପା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Mar 17, 2020, 4:02 PM IST

Hindi Language
Hindi Language

ନୂଆଦିଲ୍ଲୀ: ହିନ୍ଦୀ ଭାଷାକୁ ରାଷ୍ଟ୍ରୀୟ ଭାଷା ଭାବେ ଘୋଷଣା କରିବାକୁ ଲୋକସଭାରେ ପୁଣିଥରେ ଦାବି ଜୋରଦାର ହୋଇଛି । ମଙ୍ଗଳବାର ଲୋକସଭାର ପ୍ରଶ୍ନକାଳରେ ହରିୟାଣା(ରୋହତକ)ସାଂସଦ ଡାକ୍ତର ଅରବିନ୍ଦ କୁମାର ଶର୍ମା ହିନ୍ଦୀ ଭାଷାକୁ ରାଷ୍ଟ୍ରୀୟ ଭାଷା ଭାବେ ମାନ୍ୟତା ଦେବାକୁ ଦାବି କରିଛନ୍ତି । ଏନେଇ ସେ ବାଚସ୍ପତିଙ୍କ ଜରିଆରେ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

Hindi Language

ସାଂସଦ କହିଛନ୍ତି ଦେଶକୁ 8ଶହ ବର୍ଷ ମୋଗଲ ଶାସନ କଲେ । ହିନ୍ଦୀ ଓ ସଂସ୍କୃତିକୁ ବିଲୁପ୍ତ କରିବାକୁ ପ୍ରୟାସ କେଲ । ସେହିପରି ଇଂରେଜ ମାନେ 175 ବର୍ଷ ଇଂରାଜୀକୁ ପ୍ରାଧାନ୍ୟ ଦେଲେ । ବର୍ତ୍ତମାନ ଦେଶ ସ୍ବାଧୀନ ହେବାର 72 ବର୍ଷ ବିତିଗଲାଣି । ଯେବେ ସମ୍ବିଧାନ ନିର୍ମାଣ ହୋଇଥିଲା ସେତେବେଳେ ଗାନ୍ଧୀ ଓ ଡା. ରାଜେନ୍ଦ୍ର ପ୍ରସାଦ ପ୍ରସ୍ତାବ ଦେଇଥିଲେ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ମାନ୍ୟତା ଦେବାକୁ । କିନ୍ତୁ ସେତେବେଳେ 10 ବର୍ଷ ପାଇଁ ହିନ୍ଦୀ ଓ ଇଂରାଜୀକୁ ରଖିଥିଲେ । ବର୍ତ୍ତମାନ ସମୟ ଆସିଛି ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ମାନ୍ୟତା ଦେବାର । ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ ।

ଉତ୍ତରରେ ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ନିଶ୍ଚିତ ରୂପେ ଗାନ୍ଧୀଜୀ ଓ ବିନୋବା ଭାବେ ଡା. ରାଜେନ୍ଦ୍ର ପ୍ରସାଦ ହିନ୍ଦୀ ଭାଷାକୁ ମାନ୍ୟତା ଦେବାପାଇଁ ପ୍ରସ୍ତାବ ଦେଇଥିଲେ । ଆଜି ଦେଶର ହିନ୍ଦୀ ଭାଷାର ସୁରକ୍ଷା ବିକାଶ ପାଇଁ ପ୍ରେରଣା ଯୋଗାଇ ଦିଆଯାଉଛି । ହିନ୍ଦୀ ଭାଷାର ପ୍ରସାର ପ୍ରଚାର ବ୍ୟବହାର ପାଇଁ କୌଣସି ନିୟମର ଆବଶ୍ୟକତା ନାହିଁ । ଏହା ଆମ ସ୍ବଭାବ ହେବା ଦରକାର ବୋଲି କହିଥିଲେ ମନ୍ତ୍ରୀ । ଏହାସହ ହିନ୍ଦୀ ଦେଶର ଅଧିକାଂଶ ଭାଗରେ ବ୍ୟବହାର ହେଉଛି । ସବୁଠାରୁ ବଡକଥା ହେଉଛି ଯେଉଁ ରାଜ୍ୟର ମାତୃଭାଷା ହିନ୍ଦୀ ନୁହେଁ ସେମାନେ ମଧ୍ୟ ହିନ୍ଦୀକୁ ବହୁତ ସମ୍ମାନ ଦେଉଛନ୍ତି ।

ମନ୍ତ୍ରୀ ତଥ୍ୟ ଦେଇ କହିଛନ୍ତି ସରକାର ହିନ୍ଦୀ ଭାଷାକୁ ନେଇ ବର୍ଗୀକରଣ କରିଛନ୍ତି । ବର୍ଗ-(କ) ରେ ବିହାର, ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ହରିୟାଣା, ହିମାଚଳ, ରାଜସ୍ଥାନ ଏହି ସମସ୍ତ ରାଜ୍ୟରେ ହିନ୍ଦୀ ଉଭୟ କହିବା ଲେଖିବା ହୋଇଥାଏ ।

ବର୍ଗ-(ଖ) -ରେ ଗୁଜୁରାଟ, ମହାରାଷ୍ଟ୍ର, ପଞ୍ଜାବ, ଡାମନଡିଉ, ଦାଦ୍ରା ନରଗ ହାବେଳୀ ଏହି ସମସ୍ତ ରାଜ୍ୟରେ ନିଜ ମାତୃଭାଷା ଥାଇ ମଧ୍ୟ ହିନ୍ଦୀକୁ ବହୁ ମାତ୍ରାରେ ପ୍ରାଧାନ୍ୟ ଦିଅନ୍ତି ।

ବର୍ଗ-(ଗ)- ଏହି ବର୍ଗରେ କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଅଛନ୍ତି । ଏହି ରାଜ୍ୟରେ ନିଜ ମାତୃଭାଷା ବ୍ୟତୀତ ହିନ୍ଦୀ ଆଶିଂକ ଭାବେ ପ୍ରଚଳନ ହେଉଛି । ତେଣୁ ଦେଶରେ ହିନ୍ଦୀ ଭାଷାକୁ ଉଚ୍ଚିତ ସମ୍ମାନ ମିଳୁଛି । କିନ୍ତୁ କେବେ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ମାନ୍ୟତା ମିଳିବ ତାହା ସ୍ପଷ୍ଟ କରିନଥିଲେ ।

ସୌଜନ୍ୟ - ଲୋକସଭା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.