ETV Bharat / bharat

ଭାରତୀୟ ସଂସ୍କୃତିର ଅତୁଟ ଅଂଶ ‘ହିନ୍ଦୀ’: ଅମିତ ଶାହା

ଆଜି ସମଗ୍ର ଦେଶ ହିନ୍ଦୀ ଦିବସକୁ ପାଳନ କରୁଛି । ଏହି ଦିବସ ଉପଲକ୍ଷେ ଆଜି ଗୃହମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦୂରଦର୍ଶନ ମାଧ୍ୟମରେ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 14, 2020, 10:00 AM IST

Updated : Sep 14, 2020, 10:13 AM IST

ଭାରତୀୟ ସଂସ୍କୃତିର ଅତୁଟ ଅଂଶ ’ହିନ୍ଦୀ’ : ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଆଜି ହେଉଛି ହିନ୍ଦୀ ଦିବସ । 1949 ମସିହାରେ ହିନ୍ଦୀ ଭାଷାକୁ ତାଲିକାଭୁକ୍ତ କରାଯାଇଥିଲା । ତେବେ ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା ହିନ୍ଦୀ ଭାଷାକୁ ଭାରତୀୟ ସଂସ୍କୃତିର ଅତୁଟ ଅଂଶ ବୋଲି କହିଛନ୍ତି । ଶତାବ୍ଦୀ ଧରି ଏହି ଭାଷା ସମଗ୍ର ଦେଶକୁ ଏକତା ମଧ୍ୟରେ ବାନ୍ଧିବାକୁ ଚେଷ୍ଟା କରିଆସିଛି । ଏହି ଅବସରରେ ଗୃହମନ୍ତ୍ରୀ ଦେଶବାସୀଙ୍କୁ 10.30 ସମୟରେ ଦୂରଦର୍ଶନରେ ଏକ ବାର୍ତ୍ତା ଦେବେ ।

ଶାହା ଟ୍ବିଟ କରି କହିଛନ୍ତି, ଗୋଟିଏ ଦେଶର ତାର ସୀମା ଓ ଭୌଗଳିକ ପରିସ୍ଥିତି ଯୋଗୁଁ ଚିହ୍ନିତ ହୋଇଥାଏ । କିନ୍ତୁ ଏହାର ସବୁଠାରୁ ବଡ ପରିଚୟ ହେଉଛି ଏହାର ଭାଷା। ଭାରତର ବିଭିନ୍ନ ଭାଷା ଏବଂ ଉପଭାଷା ଏହାର ଶକ୍ତି ତଥା ଏହାର ଏକତାର ପ୍ରତୀକ । ସାଂସ୍କୃତିକ ତଥା ଭାଷା ବିବିଧତାରେ ପରିପୂର୍ଣ୍ଣ ଭାରତରେ, ଶତାବ୍ଦୀ ଧରି ସମଗ୍ର ଦେଶକୁ ଏକୀକରଣ କରିବା ପାଇଁ 'ହିନ୍ଦୀ' କାର୍ଯ୍ୟ କରିଆସୁଛି ।

ସେ ଆହୁରି ମଧ୍ୟ କହିଛନ୍ତି, "ହିନ୍ଦୀ ଭାରତୀୟ ସଂସ୍କୃତିର ଏକ ଅବିସ୍ମରଣୀୟ ଅଂଶ । ସ୍ୱାଧୀନତା ସଂଗ୍ରାମ ପରଠାରୁ ଏହା ଜାତୀୟ ଏକତା ତଥା ପରିଚୟର ଏକ ପ୍ରଭାବଶାଳୀ ତଥା ଶକ୍ତିଶାଳୀର ମାଧ୍ୟମ । ହିନ୍ଦୀର ସବୁଠାରୁ ବଡ ଶକ୍ତି ହେଉଛି ଏହାର ବୈଜ୍ଞାନିକତା, ମୌଳିକତା ଏବଂ ସରଳତା।" କେନ୍ଦ୍ର ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର ସମ୍ପ୍ରତି କାର୍ଯ୍ୟକାରୀ ହେବା ସହିତ ହିନ୍ଦୀ ସହିତ ଅନ୍ୟ ଆଞ୍ଚଳିକ ଭାଷା ମଧ୍ୟ ସମାନ ସ୍ତରରେ ବିକାଶ ହେବ। ମୋଦି ସରକାରଙ୍କ ନୂତନ ଶିକ୍ଷା ନୀତି ସହିତ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାର ସମାନ୍ତରାଳ ବିକାଶ ହେବ।

ହିନ୍ଦୀ ଭାଷା ପ୍ରଥମେ ଭାରତର ବିଧାନସଭା ଦ୍ବାରା 14 ସେପ୍ଟେମ୍ବର 1949ରେ ଭାରତର ସରକାରୀ ଭାଷା ଭାବରେ ଗ୍ରହଣ କରାଯାଇଥିଲା। ହିନ୍ଦୀକୁ ଭାରତର ସରକାରୀ ଭାଷା ଭାବରେ ବ୍ୟବହାର କରିବାର ନିଷ୍ପତ୍ତି 26 ଜାନୁୟାରୀ 1950ରେ ଭାରତର ସମ୍ବିଧାନ ଦ୍ୱାରା ଆଇନଗତ ହୋଇଥିଲା।

Last Updated : Sep 14, 2020, 10:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.