ନୂଆଦିଲ୍ଲୀ: ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଭାରତୀୟ ଯବାନଙ୍କ ନୂଆ ପ୍ରୟାସ । ଯୋଗ ଦିବସ ପୂର୍ବରୁ ଲୋକଙ୍କୁ ସଚେତନ କରିବା ଦିଗରେ ଏକ ବିଶେଷ ଯୋଗାଭ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସମୁଦ୍ର ପତ୍ତନଠାରୁ 18000 ଫୁଟ ଉପରେ ଆଇଟିବିପିର ଯବାନ କରିଛନ୍ତି ଏହି ବିଶେଷ କାର୍ଯ୍ୟକ୍ରମ ।
ଲଦାକ୍ଷର 18000 ଫୁଟ ସ୍ଥିତ ଟ୍ରାକ ଜଂଶନ ଉପରେ ଯୋଗାଭ୍ୟାସ କରି ଦୁନିଆକୁ ଯୋଗକରି ନିରୋଗ ରହିବାର ସନ୍ଦେଶ ଦେଇଛନ୍ତି ସେମାନେ । ତେବେ ଏହା ପୂର୍ବରୁ ମଧ୍ୟ ହିମାଳୟର ବିଭିନ୍ନ କ୍ଷେତ୍ରରେ ଯୋଗାଭ୍ୟାସ କରି ଆଇଟିବିପି ପକ୍ଷରୁ ଯୋଗର ସନ୍ଦେଶ ଦିଆଯାଇଛି ।
ସୂଚନା ଯୋଗ୍ୟ ଯେ, ଭାରତ ଏବଂ ଚୀନ ସୀମାରେ ନିୟୋଜିତ ଆଇଟିବିପି ଯବାନ ଭୀଷଣ ଥଣ୍ଡାରେ ମଧ୍ୟ ଦେଶ ସୁରକ୍ଷାର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳୁଛନ୍ତି । କେବେ କେବେ ଏଠାରେ ତାମମାତ୍ରା ଶୂନରୁ ମାଇନସ 50 ଡିଗ୍ରୀ ତଳକୁ ଖସିଥାଏ ।