ETV Bharat / bharat

ବର୍ଷାରେ ବେହାଲ ହିମାଚଳ ପ୍ରଦେଶ, ଭୂସ୍ଖଳନ ଯୋଗୁଁ ଯାତ୍ରୀ ହନ୍ତସନ୍ତ

ପ୍ରବଳ ବର୍ଷା ଯୋଗୁଁ ହିମାଚଳପ୍ରଦେଶର ଚାମ୍ବାରେ ଭୂସ୍ଖଳନ ହୋଇଛି । ଫଲରେ ରାସ୍ତା ବନ୍ଦ ହୋଇଯାଇଛି । ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Mar 15, 2020, 1:13 PM IST

ବର୍ଷାରେ ବେହାଲ ହିମାଚଳପ୍ରଦେଶ, ଭୂସ୍ଖଳନ ଯୋଗୁଁ ଯାତ୍ରୀ ହସ୍ତସନ୍ତ

ଉତ୍ତରାଖଣ୍ଡ: ହିମାଚଳ ପ୍ରଦେଶରେ ଲାଗିରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ଶୁକ୍ରବାର ରାତିରେ ପ୍ରବଳ ବର୍ଷା ହେତୁ ଚାମ୍ବା ଜିଲ୍ଲାରେ ଭୂସ୍ଖଳନ ହୋଇଛି । ଫଳରେ ବହୁ ସଂଖ୍ୟକ ରାସ୍ତା ବନ୍ଦ ହୋଇଯାଇଥିଲା । ଫଳରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଭୂସ୍ଖଳନ ଯୋଗୁଁ ଅନେକ ଯାତ୍ରୀ ଓ ଯାନବାହାନ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା ବୋଲି ଚୁରାହ ଅଞ୍ଚଳର ଏସଡିଏମ ହେମ ଚାନ୍ଦ ଭର୍ମା କହିଛନ୍ତି। ସେ ଆହୁରି କହିଛନ୍ତି, ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କିଛି ଲୋକ ବାଇକକୁ କାନ୍ଧରେ ଉଠାଇ ରାସ୍ତା ପାର ହେଉଛନ୍ତି ।

ଲୋକେ ଯେପରି କୌମସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିଲାଗି ଅନ୍ୟ ଏକ ରାସ୍ତା ଖୋଲାଯିବାକୁ ପୂର୍ତ୍ତବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ କିନ୍ତୁ ପିଡବ୍ଲୁଡି ଅନ୍ୟ ରୁଟ ଖୋଲିବା ପାଇଁ ଏପର୍ଯ୍ୟନ୍ତ ମେସିନ ପଠାଇ ନାହିଁ । ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗ ପକ୍ଷରୁ କୌଣସି ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ନାହିଁ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.