ETV Bharat / bharat

କୋରୋନା ଡର, ହିମାଚଳରେ ବଢିଲା କର୍ଫ୍ୟୁ ଅବଧି

author img

By

Published : Mar 31, 2020, 9:22 PM IST

ଡରାଉଛି କୋରୋନା । କୋରୋନାର ଭୟାବହତାକୁ ଦେଖି କର୍ଫ୍ୟୁର ଅବଧି ବଢାଇଲେ ହିମାଚଳ ସରକାର । ଅଧିକ ପଢନ୍ତୁ...

କୋରୋନା ଡର, ହିମାଚଳରେ ବଢିଲା କର୍ଫ୍ୟୁର ଅବଧି
କୋରୋନା ଡର, ହିମାଚଳରେ ବଢିଲା କର୍ଫ୍ୟୁର ଅବଧି

ସିମଲା: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବହୁ ପଦକ୍ଷେପ କୋରୋନା ସଂକ୍ରମତିଙ୍କ ମାମଲା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶରେ କର୍ଫ୍ୟୁକୁ ଏପ୍ରିଲ 14 ଯାଏଁ ବଢାଇ ଦିଆଯାଇଛି । ଏମେନେଇ ସୂଚନା ଦେଇଛନ୍ତି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମୁଖ୍ୟ ଓମକାର ଚାନ୍ଦ ଶର୍ମା ।

ବର୍ତ୍ତମାନ ଭାରତରେ ସରକାର ଅନୁୟାୟୀ, 1117 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥି ମଧ୍ୟରୁ 101 ସୁସ୍ଥ ହୋଇଥିବାବେଳେ 32 ଜଣଙ୍କ ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରରେ 225 ଜଣ ସଂକ୍ରମିତ ଥିବାବେଳେ, 10ଜଣଙ୍କର ମୃତ୍ୟୁ ହୋଇଛି । କେରଳ 202 ସଂକ୍ରମିତଙ୍କ ସହ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କର୍ଣ୍ଣାଟକରେ 101 ଜଣ କୋରୋନା ରୋଗୀ ଥିବାବେଳେ, 3ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ହିମାଚଳ ପ୍ରଦେଶରେ 3 ଜଣଙ୍କ ଠାରେ କୋରୋନା ଚିହ୍ନଟ ହୋଇଥିବାବେଳେ, ଜଣଙ୍କର ମୃତ୍ୟୁ ହୋଇଛି । ତେଣୁ ଆଗକୁ ସଂକ୍ରମିତଙ୍କ ସଂଖ୍ୟା ବଢିବା ଆଶା କରାଯାଉଥିବାବେଳେ, କର୍ଫ୍ୟୁ ଅବଧିକୁ ବଢାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.