ସିମଲା: ଲକଡାଉନ୍ ଯୋଗୁଁ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି ଫୁଲ ଚାଷୀ । ବନ୍ଦ ହୋଇଯାଇଛି ସେମାନଙ୍କ ବ୍ୟବସାୟ । ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି ଏମାନେ ।
ହିମାଚଳପ୍ରଦେଶରେ ଫୁଲ ଚାଷୀଙ୍କ କହିବା ଅନୁସାରେ , ସେ ଶହେ ପ୍ରତିଶତ କ୍ଷତି ସହିଛନ୍ତି । ଲକ ଡାଉନ ଯୋଗୁଁ ଫୁଲର ଚାହିଦା ଏକଦମ କମି ଯାଇଛି । ଗୋଟିଏ ବି ଫୁଲ ବିକ୍ରି କରିବା କଷ୍ଟକର ହୋଇପଡିଛି । ବର୍ତ୍ତମାନ କଣ ବିକଳ୍ପ ବ୍ୟବସାୟ ହେବ ସେନେଇ ବ୍ୟବସ୍ଥା କରିବା ପାଇଁ ବାଧ୍ୟ ହେଉଛୁ ।
ପୂର୍ବରୁ ଚାଷ ହୋଇଥିବା ବା ବିକ୍ରି ପାଇଁ ରଖାଯାଇଥିବା ଫୁଲ ଗୁଡିକୁ ଭଲ ରଖିବା ପାଇଁ ସରକାର କିଛି ପଦକ୍ଷେପ ନେବା ଆବଶ୍ୟକ । ଯଦ୍ବାରା ଅନେକ ଚାଷୀ ବଡବଡ କ୍ଷତିରୁ ରକ୍ଷା ପାଇପାରନ୍ତେ ।
@ANI