ETV Bharat / bharat

' ମେହବୁବା ମୁଫ୍ତିଙ୍କୁ ମୁକ୍ତ କରିବାର ସମୟ ଆସିଛି' - ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି ବୃଦ୍ଧି

ମେହବୁବା ମୁଫ୍ତିଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମେହବୁବା ମୁଫ୍ତି ଅଗଷ୍ଟ 5, 2019 ଠାରୁ ଜନ ସୁରକ୍ଷା ଆଇନ (PSA) ଅନୁଯାୟୀ ଗୃହବନ୍ଦୀ ଭାବରେ ଅଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ
author img

By

Published : Aug 2, 2020, 1:47 PM IST

ନୂଆଦିଲ୍ଲୀ: ଜନ ସୁରକ୍ଷା ଆଇନ ଅନୁଯାୟୀ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍ତିଙ୍କ ଗୃହବନ୍ଦୀ ଅବଧି ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏଥିସହ ସେ ମେହବୁବା ମୁଫ୍ତିଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି।

ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, କେନ୍ଦ୍ର ସରକାର ବେଆଇନ ଭାବେ ରାଜନୈତିକ ନେତାମାନଙ୍କୁ ଗୃହବନ୍ଦୀ ଭାବରେ ରଖିଛନ୍ତି । ସରକାରଙ୍କ ଏଭଳି କାର୍ଯ୍ୟକଳାପ ଦ୍ବାରା ଭାରତର ଗଣତନ୍ତ୍ର କ୍ଷତିଗ୍ରସ୍ତ ହେଉଛି । ମେହବୁବା ମୁଫ୍ତିଙ୍କୁ ମୁକ୍ତ କରିବାର ସମୟ ଆସିଯାଇଛି ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ଶନିବାର ଦିନ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଏନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି ବୃଦ୍ଧି କରିବା ଆଇନର ଅପବ୍ୟବହାର ଏବଂ ପ୍ରତ୍ୟେକ ନାଗରିକଙ୍କୁ ଦିଆଯାଇଥିବା ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ବୋଲି ଚିଦାମ୍ବରମ କହିଥିଲେ ।

ସୂଚନାଯୋଗ୍ୟ ଯେ, ମେହବୁବା ମୁଫତି ଅଗଷ୍ଟ 5, 2019 ଠାରୁ ଜନ ସୁରକ୍ଷା ଆଇନ (PSA) ଅନୁଯାୟୀ ଗୃହବନ୍ଦୀ ଭାବରେ ଅଛନ୍ତି । ଶୁକ୍ରବାର ତାଙ୍କ ଗୃହବନ୍ଦୀ ଅବଧିକୁ 3 ମାସ ବୃଦ୍ଧି କରାଯାଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.