ETV Bharat / bharat

‘ମୋଟା ବ୍ୟକ୍ତିଙ୍କୁ ଅଧିକ ଘାତକ କୋରୋନା’

author img

By

Published : Sep 26, 2020, 4:58 PM IST

ମୋଟାପଣ ଦ୍ବାରା ଶରୀରରେ ହ୍ରାସ ପାଇଥାଏ ରୋଗ ପ୍ରତିରୋଧକ ଶକ୍ତି । ମୋଟା ବ୍ୟକ୍ତିଙ୍କ କ୍ଷେତ୍ରରେ କୋରୋନା ସଂକ୍ରମଣର ସମ୍ଭାବନା ବେଶୀ । ଅଧିକ ପଢନ୍ତୁ...

ମୋଟା ବ୍ୟକ୍ତିଙ୍କୁ ଅଧିକ ଘାତକ କୋରୋନା
ମୋଟା ବ୍ୟକ୍ତିଙ୍କୁ ଅଧିକ ଘାତକ କୋରୋନା

ନୂଆଦିଲ୍ଲୀ: କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ମାତ୍ରା ଅଧିକ ରହିବା ନିହାତି ଜରୁରୀ । ବୃଦ୍ଧ ଓ ଡାଇବେଟିସ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସଂକ୍ରମଣର ଅଧିକ ସମ୍ଭାବନା ରହିଛି। ସେହିଭଳି ମୋଟା ଲୋକଙ୍କ କ୍ଷେତ୍ରରେ ମଧ୍ୟ ଶୀଘ୍ର ସଂକ୍ରମଣ ବ୍ୟାପିବାର ସମ୍ଭାବନା ବେଶୀ ଥିବା ଡାକ୍ତର କହିଛନ୍ତି ।

ମୋଟା ବ୍ୟକ୍ତିଙ୍କୁ ଅଧିକ ଘାତକ କୋରୋନା

ଦିଲ୍ଲୀ ଲୋକନାୟକ ମେଡ଼ିକାଲ ତଥ୍ୟ ଅନୁସାରେ, ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମୋଟ କୋରୋନା ରୋଗୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ମେଦ ବହୁଳ ଅଟନ୍ତି । ଡ଼ାକ୍ତରଙ୍କ କହିବା ଅନୁଯାୟୀ, ଶରୀରରେ ମୋଟାପଣ ବୃଦ୍ଧି ପାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତିରେ ହ୍ରାସ ଘଟିଥାଏ ।

ଯେତେବେଳେ ଶରୀରରେ ଅତ୍ୟଧିକ ଚର୍ବି ଜମା ହୋଇଯାଏ ସେତେବେଳେ ଜଣେ ବ୍ୟକ୍ତି ଧୀରେ ଧୀରେ ମୋଟା ହୋଇଯାଏ । ଏହାଦ୍ବାରା ଶରୀରର ଗଟ ମାଇକ୍ରୋବୋୟମ ପ୍ରଭାବିତ ହୋଇଥାଏ । ଯାହା ବ୍ୟକ୍ତିର ପାଚନକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ । ଖାଦ୍ୟରୁ ସଠିକ୍ ରୂପେ ଶରୀରକୁ ପୋଷକ ତତ୍ତ୍ବ ମିଳିପାରେ ନାହିଁ । ଏହାଯୋଗୁଁ ଶରୀରରେ ମାଇକ୍ରୋ ନ୍ୟୁଉଟ୍ରିଏଣ୍ଟର ଅଭାବ ପରିଲକ୍ଷିତ ହୁଏ । ଯାହାଫଳରେ ବ୍ୟକ୍ତିର ରୋଗ ପ୍ରତିରୋଧକ କ୍ଷମତା କମ୍ କମିଯାଏ ଏବଂ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଏ ।

ତେବେ ଜାଣି ରଖନ୍ତୁ କିପରି ବୃଦ୍ଧି କରିବେ ଶରୀରର ରୋଗ ପ୍ରତିରୋଧକ ଶକ୍ତି:

ଆପୋଲ ସେକ୍ଟୋ ଡ଼ଃ ପ୍ରିୟଙ୍କାଙ୍କ କହିବା ଅନୁସାରେ, ମୋଟାପଣ ଦ୍ବାରା ଶରୀରରେ ବ୍ଲଡ ପ୍ରେସର, ସୁଗାର ଓ ହାର୍ଟଜନିତ ସମସ୍ୟା ବଢିଯାଏ । ତେଣୁ ମୋଟାପଣ କମାଇବାକୁ ଭିଟାମିନ-ଇ ଯୁକ୍ତ ଖାଦ୍ୟ ଯଥା- ଲେମ୍ବୁ, ସବୁଜ ପରିବା ସହିତ ଡାଲି ଜାତୀୟ ଖାଦ୍ୟ ଖାଇବା ଦରକାର । ଏହାବ୍ୟତୀତ ପ୍ରତିଦିନ ନିୟମିତ ବ୍ୟାୟାମ କରିବା ସହ ତୈଳ ବା ଚର୍ବି ଜାତୀୟ ଖାଦ୍ୟ ଖାଇବାରୁ ନିବୃତ ରହିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.