ଜୟପୁର: କଟରିଆ କିଲୋ 2000 ଟଙ୍କା, କିନ୍ତୁ କିଣିବାକୁ ଲୋକଙ୍କ ଭିଡ଼ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟା ସତ । ରାଜସ୍ଥାନରେ ବର୍ଷା ଦିନେ ବଜାରକୁ ଆସୁଥିବା ଏହି ଫଳର ମୂଲ୍ୟ ଆକାଶଛୁଆଁ ହୋଇଥିଲେ ମଧ୍ୟ ଲୋକପ୍ରିୟତା ମଧ୍ୟ ବେଶ ରହିଛି ।
ବର୍ତ୍ତମାନ ସମୟରେ ରୋଷେଇ ଘରେ ରାଜୁତି କରୁଥିବା ଟମାଟୋ ହେଉ କିମ୍ବା ଆଳୁ, ଦର ବଢିଗଲେ ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଯାଏ । ମାତ୍ର ବର୍ଷାଦିନେ ଆସୁଥିବ ଏହି ଫଳକୁ କିନ୍ତୁ କିଣିବା ପାଇଁ ବଜାରରେ ଲୋକଙ୍କ ଭିଡ଼ ଜମିଥାଏ । ତେବେ ବର୍ତ୍ତମାନ ସମୟରେ ଏହି କଟରିଆ ଫଳର ମୂଲ୍ୟ ପାଖାପାଖି 2 ହଜାର ଟଙ୍କା ରହିଥିବା ଜଣାପଡ଼ିଛି ।
ମହଙ୍ଗା ଦର ହେଲେ ମଧ୍ୟ ବଜାରରେ ଏହାର ଚାହିଦା ବେଶ ରହିଛି । ଏହାକୁ କିଣିବା ପାଇଁ ବଜାରରେ ବେଶ ଭିଡ଼ ରହିଛି । ଏହି କଟରୁଆ କେବଳ ବର୍ଷା ଦିନରେ ମିଳୁଥିବା ଏହାର ଚାହିଦା ରହିଛି ବୋଲି ଉଭୟ ଗରାଖ ଓ ବ୍ୟବସାୟୀ କହିଛନ୍ତି । ତେବେ କଟରିଆ ଏକ ପ୍ରକାର ଜଙ୍ଗଲୀ ଛତୁ ପ୍ରଜାତିର ପରିବା ଅଟେ । ଏହା ରାଜସ୍ଥାନର ଲକ୍ଷ୍ମୀପୁର, ପିଲଭୀତ, ବହରାଇଚ ଅଞ୍ଚଳରେ ପ୍ରଚୁର ମାତ୍ରାରେ ମିଳୁଥିବା ଜଣାପଡ଼ିଛି ।